ନଷେଧ ହୋଇଥିବା ପିରାମିଡ୍‌ ଉପରକୁ ଯାଇ ନଗ୍ନ ଫଟୋସୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ଗିଜାର ଗ୍ରେଟ୍‌ ଖୁପୁ ପିରାମିଡ୍‌ ଉପରକୁ ଏକ ଦମ୍ପତି ଚଢୁଥିବା ସମୟର ସେମାନଙ୍କର ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦମ୍ପତି ଦ୍ୱୟ କଟକଣା ରହିଥିବା ପିରାମିଡ୍‌ ଉପରକୁ ନଗ୍ନ ହୋଇ ଯାଉଥିବା ବେଳର ଫଟୋ ଓ ଭିଡିଓ ସଭିଙ୍କୁ ଚକିତ କରିଛି। ତିନି ମିନିଟ୍‌ର ଏହି ଭିଡିଓଟିକୁ ରାତିରେ ସୁଟ୍‌ କରାଯାଇଛି। ଏହା ଏବେ ମିଶରର ସୋସିଆଲ୍‌ ମିଡିଆରେ ଏକ ବିବାଦୀୟ ବିଷୟ ପାଲଟିଛି। ଭିଡିଓରେ ଜଣେ ପୁରୁଷ ଓ ଜଣେ ମହିଳା ପିରାମିଡ ଆଡ଼େ ଚଢ଼ି ଚଢ଼ି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେ ଦୁହେଁ ଶୀର୍ଷରେ ପହଞ୍ଚିଯିବା ପରେ ମହିଳା ଜଣକ ସେଠାରେ ନଗ୍ନ ହୋଇ ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

 

ଏ ନେଇ ମିଶରରେ ଏବେ ତଦନ୍ତ ଜୋର୍‌ ଧରିଛି। ମିଶରର ପୁରତନ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାର ତଦନ୍ତ କରିବା ପାଇଁ କଡ଼ା ନିର୍ଦ୍ଦେଶ ହୋଇଛି। ଦମ୍ପତି କରିଥିବା ଏପରି କାର୍ଯ୍ୟ ସାଧାରଣ ଲୋକଙ୍କ ନୈନିକତାକୁ ଭଙ୍ଗ କରୁଛି ବୋଲି ଅଭିଯୋଗ ହୋଇଛି।

ଏହି ଭିଡିଓଟି ବୁଧବାର ଦିନ ଡାନିସ୍‌ର ଫଟୋଗ୍ରାଫର୍‌ ଅନ୍‌ଡ୍ରେସ୍‌ ହାବିଡ୍‌ଙ୍କ ଦ୍ୱାରା ୟୁଟ୍ୟୁବ୍‌ରେ ଅପ୍‌ଲୋଡ ହୋଇଛି। ସେ ବିଭିନ୍ନ ଧରଣର ଫଟୋ ସବୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ପିରାମିଡ୍‌କୁ ଚଢ଼ିବା ଆଇନ୍‌ ବିରୋଧୀ କାର୍ଯ୍ୟ। ଏ ନେଇ ମିଶରର ଅଧିକାରୀମାନେ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷରେ, ମିଶରର ଅଧିକାରୀଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଫଟୋ ଓ ଭିଡିଓକୁ ଗୁଜବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର