ନିଆରା ଢ଼ଙ୍ଗରେ ୩୪,୦୦୦ ଫୁଟ୍ ଉଚ୍ଚରେ ବିବାହ କଲେ ଅଷ୍ଟ୍ରେଲିଆର ଯୁବକ ଓ ନ୍ୟୁଜିଲାଣ୍ଡର ଯୁବତୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ରହୁଥିବା ଯୁବତୀ ଓ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଯୁବକ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୩୪,୦୦୦ଫୁଟ୍ ଉଚ୍ଚରେ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‌ଏହି ନବଦମ୍ପତ୍ତି। ଯୁବକଙ୍କ ନାଁ ଡେଭିଡ୍ ଭାଲିଆଣ୍ଟ ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କ ନାଁ କ୍ୟାଥି ଭାଲିଆଣ୍ଟ । ସ୍ବିଡେନରୁ ଅକଲାଣ୍ଡ ଯାଉଥିବା ଜେଟଷ୍ଟାର ବିମାନରେ ଦୁହେଁ ବିବାହ କରିଥିବା ବେଳେ ଦୁହିଁଙ୍କ ଆକାଶୀ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Image result for couple-says-i-do-on-flight-halfway-between-new-zealand-and-australia

ଘଟଣାଟି ଅକ୍ଟୋବର ୯ରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଦୁହେଁ ନିଜ ଦେଶକୁ ଫେରୁଥିବା ବେଳେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥ‌ିଲେ। ଯାହା ପାଇଁ ଉଭୟ ବିବାହ କରିବା ପାଇଁ ସଜବାଜ ହୋଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଦୁହିଁଙ୍କ ବିବାହ ବିଷୟରେ ଜାଣି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିବାର ଭିଡିଓରେ ଦେଖାଯାଇଛି। ବିମାନ ମଧ୍ୟକୁ ଯିବା ପରେ ପାଇଲଟ୍ ଦୁହିଁଙ୍କ ବିବାହ ହେଉଥିବା ନେଇ ଘୋଷଣା କରିବା ସହ ଉପସ୍ଥିତ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କହିଥିଲେ। ପାଇଲଟଙ୍କ କଥା ଶୁୁଣି ସମସ୍ତେ ତାଳି ମାରିବା ସହ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଯାହା ପରେ ବିମାନ ମଧ୍ୟରେ ଦୁହିଁଙ୍କ ବିବାହ ହୋଇଥିଲା।

ସୂଚନା ମୁତାବକ, ୨୦୧୧ରେ ଦୁହେଁ ଏକ ଅନଲାଇନ୍ ଗେମ୍ ଏୟାରପୋର୍ଟ ସିଟି ଜରିଆରେ ପରସ୍ପରର ସଂପର୍କରେ ଆସିଥିଲେ, ଯାହା ପରେ ଧିରେ ଧିରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଦୁହିଁଙ୍କୁ ବିମାନ ପସନ୍ଦ ଥିବାରୁ ବିମାନରେ ହିିଁ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର