କନ୍ୟାର ନାମକରଣ ଉତ୍ସବକୁ ସ୍ୱତନ୍ତ୍ର ଢ଼ଙ୍ଗରେ ଆୟୋଜନ କରି ଏହି ଦମ୍ପତି ହେଲେ ଚର୍ଚ୍ଚିତ

ପୁଣେ: ପୁଣେର ଏକ ଦମ୍ପତି ସେମାନଙ୍କର ପ୍ରଥମ କନ୍ୟା ସନ୍ତାନର ନାମକରଣ ଉତ୍ସବକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରି ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ସଂପୃକ୍ତ ଦମ୍ପତି ରଣଜିତ ଓ ନେହା ନାଏକ ସେମାନଙ୍କ ପ୍ରଥମ କନ୍ୟା ସନ୍ତାନର ନାମକରଣ ଉପଲକ୍ଷେ କୌଣସି ପ୍ରକାର ବ୍ୟୟ ବହୁଳ ଭୋଜିର ଆୟୋଜନ କରି ନାହାନ୍ତି; କିମ୍ବା ଏହି ଉପଲକ୍ଷେ ଆଡମ୍ବର ସହକାରେ ଉତ୍ସବର ଆୟୋଜନ କରି ସେ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରିନାହାନ୍ତି।

ତେବେ, ଏହି ଦମ୍ପତି ସେମାନଙ୍କ ପ୍ରଥମ କନ୍ୟା ସନ୍ତାନର ନାମକରଣ ଅବସରରେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଅବଶ୍ୟ ଅନୁକରଣୀୟ ହୋଇପଡ଼ିଛି। ରଣଜିତ ଓ ନେହା ତାଙ୍କ ଝିଅର ନାମକରଣ ଉପଲକ୍ଷେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିନିମନ୍ତେ ସେମାନେ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା ବ୍ୟୟ କରି ଶତାଧିକ ବୃକ୍ଷ ଚାରା କିଣିଥିଲେ ଓ ସେସବୁ ବୃକ୍ଷ ଚାରାକୁ ନେଇ ଏକ ମରୁଡ଼ି କବଳିତ ଅଞ୍ଚଳରେ ରୋପଣ କରିଥିଲେ। ଏହି ମହତ କାର୍ଯ୍ୟ ପାଇଁ ରଣଜିତ ଓ ନେହାଙ୍କୁ ଅବଶ୍ୟ ସେମାନଙ୍କ ପରିବାରର ସଦସ୍ୟ, ପରିଜନ, ବନ୍ଧୁ ଓ ବାନ୍ଧବ ସମସ୍ତେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଥିଲେ।

ଏ ସଂପର୍କରେ ରଣଜିତ ଓ ନେହା କହନ୍ତି, ‘ଅଗଷ୍ଟ ୧୮ ତାରିଖରେ ଯେତେବେଳେ ଆମର ପ୍ରଥମ କନ୍ୟା ସନ୍ତାନ ଜନ୍ମ ନେଲା ସେତେବେଳେ ଆମେ ଦୁହେଁ ଖୁବ୍‌ ଖୁସି ହୋଇଥିଲୁ ଓ ଆମ କନ୍ୟାର ନାମକରଣ ଉତ୍ସବକୁ ଏକ ଭିନ୍ନ ଢ଼ଙ୍ଗରେ କରିବା ପାଇଁ ସ୍ଥିର କରିଥିଲୁ। ଆମ ପ୍ରକୃତି ଓ ପରିବେଶ ଆମକୁ ବହୁତ କିଛି ଦେଇଛି ଏବଂ ପ୍ରତିଦାନରେ ଆମର ମଧ୍ୟ କିଛି ଦାୟିତ୍ୱ ଓ ପ୍ରତିବଦ୍ଧତା ପ୍ରକୃତି ଓ ପରିବେଶ ପ୍ରତି ରହିଛି। ଏମିତି ଚିନ୍ତା କରୁଥିବା ବେଳେ ଝିଅର ନାମକରଣ ଉତ୍ସବ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜରିଆରେ କରିବା ପାଇଁ ସିଦ୍ଧାନ୍ତ ନେଇଥିଲୁ।

ମାଲ୍‌ସିରାସ୍‌ ଗ୍ରାମର ଭୁଲେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ପୋଖରୀ ଚାରିପଟେ ଗତ ସୋମବାର ଦିନ ବୃକ୍ଷ ରୋପଣ କରାଯିବା ସହ କନ୍ୟାର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବୃକ୍ଷ ରୋପଣ କାର୍ଯ୍ୟ ସମାପ୍ତ ହେବା ପରେ ଏଥିରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ଏକ ବୃକ୍ଷ ମୂଳେ ଏକତ୍ରିତ ହେବା ସହ ନବ ଜନ୍ମିତ କନ୍ୟାକୁ ଆଲିଶା ନାମରେ ନାମକରଣ କରିବା ସହ ତାକୁ ଆଶୀର୍ବାଦ ଦେଇଥିଲେ।’

ପ୍ରଥମେ ଅବଶ୍ୟ ପରିବାରର ଅନ୍ୟ ସଦସ୍ୟମାନେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ହେଲେ, ପରବର୍ତ୍ତୀ ସମୟରେ ସମସ୍ତେ ଆମ ପ୍ରସ୍ତାବରେ ସହମତ ହୋଇଥିଲେ। କିନ୍ତୁ, ବୃକ୍ଷ ରୋପଣ କେଉଁଠି କରିବୁ, ତାହା ଥିଲା ଆମ ପାଇଁ ଏକ ସମସ୍ୟା। କାରଣ ଆଖପାଖରେ କୌଣସି ବଡ଼ ଖୋଲା ଜାଗା ବୃକ୍ଷ ରୋପଣ ପାଇଁ ମିଳି ନଥିଲା। ଶେଷରେ ପୁଣେ ଠାରୁ ୫୫ କିଲୋମିଟର ଦୂର ଏକ ମରୁଡ଼ି କବଳିତ ଗ୍ରାମ ମାଲ୍‌ସିରାସ୍‌ରେ ବୃକ୍ଷ ରୋପଣ କରାଯିବା ପାଇଁ ସ୍ଥିର କରାଗଲା। ମାଲ୍‌ସିରାସ୍‌ ଗ୍ରାମର ଭୁଲେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ପୋଖରୀ ଚାରିପଟେ ଗତ ସୋମବାର ଦିନ ବୃକ୍ଷ ରୋପଣ କରାଯିବା ସହ କନ୍ୟାର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବୃକ୍ଷ ରୋପଣ କାର୍ଯ୍ୟ ସମାପ୍ତ ହେବା ପରେ ଏଥିରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ଏକ ବୃକ୍ଷ ମୂଳେ ଏକତ୍ରିତ ହେବା ସହ ନବ ଜନ୍ମିତ କନ୍ୟାକୁ ଆଲିଶା ନାମରେ ନାମକରଣ କରିବା ସହ ତାକୁ ଆଶୀର୍ବାଦ ଦେଇଥିଲେ।’

ଉଲ୍ଲେଖଯୋଗ୍ୟ, ରଣଜିତ ପୁଣେରେ ଏକ ସଫ୍ଟେଓ୍ଵର୍‌ ଟ୍ରେନିଂ ପ୍ରତିଷ୍ଠାନ ଚଳାଉଥିବା ବେଳେ ତାଙ୍କ ପତ୍ନୀ ନେହା ସିମ୍ବୋସିସ୍‌ରେ ପ୍ରଫେସର ଅଛନ୍ତି।

ସମ୍ବନ୍ଧିତ ଖବର