ନିଆରା ବିବାହ : ଫୁଲମାଳ ବଦଳରେ ଉଭୟ ବର କନିଆ ପରସ୍ପରକୁ ପିନ୍ଧାଇଲେ ସାପର ମାଳ!

ଏବେ ବଦଳିବାରେ ଲାଗିଛି ବିବାହର ଷ୍ଟାଇଲ। ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏହିସବୁ ନିଆରା ବିବାହ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି। ଏହିପରି ଏକ ନିଆରା ବିବାହ ହେଉଛି ଫୁଲମାଳ ବଦଳରେ ବରକନ୍ୟା ପରସ୍ପରକୁ ସାପର ମାଳ ପିନ୍ଧାଇବା ଘଟଣା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାହାଘରରେ ବର ନିଜ ଜୀବନସାଥୀଙ୍କୁ ଫୁଲର ମାଳ କିମ୍ବା ଟଙ୍କାର ମାଳ ପିନ୍ଧାଉଥିବାର ଦୃଶ୍ୟ ଅନେକ ଥର ଦେଖିଥିବେ। କିନ୍ତୁ ବର ଏବଂ କନିଆ ପରସ୍ପରକୁ ସାପର ମାଳ ପିନ୍ଧାଇଥିବା ଘଟଣା ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ବାସ୍ତବରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବର ଏବଂ କନିଆ ପରସ୍ପରକୁ ସାପର ବରମାଳା ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏପରି ଏକ ନିଆରା ବିବାହର ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରାଯାଉଛି।

ସାଧାରଣତଃ ସାପକୁ ଦେଖିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। କିନ୍ତୁ ଏହି ଭିଡିଓରେ ନା ବର କନିଆ ନା ସେଠାରେ ଉପସ୍ଥିତ ଥିବା ଲୋକମାନେ, କାହା ମନରେ ଟିକିଏ ବି ଭୟ ଥିବା ଦୃଶ୍ୟମାନ ହେଉନାହିଁ। ତେବେ ଭିଡିଓଟି କେବେକାର ଏବଂ କେଉଁଠି ଏହି ଘଟଣା ଘଟିଛି ତାହା ଜଣାପଡିନଥିଲେ ମଧ୍ୟ ବିବାହରେ ବର କନିଆ ପରସ୍ପରକୁ ଫୁଲମାଳ ବଦଳରେ ସାପ ମାଳ ପିନ୍ଧାଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି ଯେ, ପ୍ରଥମେ କନିଆ ବରକୁ ସାପ ମାଳ ପିନ୍ଧାଉଛି ଏବଂ ପରେ କିଛି ମନ୍ତ୍ରତନ୍ତ୍ର ପରେ ବର କନିଆକୁ ସାପର ମାଳ ପିନ୍ଧାଉଛି। ତେବେ କୁହାଯାଉଛି ଯେ, ଏହି ଭିଡିଓଟି ମହାରାଷ୍ଟ୍ରର ଅଟେ। ବର କନିଆ ଧଳା ରଙ୍ଗର ବସ୍ତ୍ର ପିନ୍ଧିଥିବା ବେଳେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତଳେ ବସିଛନ୍ତିି।

ସମ୍ବନ୍ଧିତ ଖବର