ଗୋଟିଏ ଆଖି ଥିବା ବାଛୁରୀ ନେଲା ଜନ୍ମ, ଲୋକେ ଭଗବାନଙ୍କ ଚମତ୍କାର ଭାବିଲେ., ଭିଡିଓ ଦେଖନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବର୍ଧମାନ ଜିଲ୍ଲାରେ ଏମିତି ଏକ ବାଛୁରୀ ଜନ୍ମ ନେଇଛି ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଏହି ବାଛୁରୀ ସାଧାରଣ ବାଛୁରୀ ଠାରୁ ଦେଖିବାକୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ବାଛୁରୀର ଗୋଟିଏ ଆଖି ରହିଛି। ଗ୍ରାମବାସୀ ଏହାକୁ ଭଗବାନଙ୍କ ଚମତ୍କାର ଭାବି ପୂଜା କରୁଛନ୍ତି। ଅନ୍ୟପକ୍ଷରେ ପଶୁ ଡାକ୍ତର ଏହାକୁ ସାଇକଲୋପିଆ ରୋଗ ବୋଲି କହିଛନ୍ତି । ବାଛୁରୀ ମାଲିକ ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମିତି ଦୃଶ୍ୟ ସେ ବାସ୍ତବରେ କେବେ ଦେଖି ନ ଥିବା କହିଛନ୍ତି।

ସୋସିଆଲ ମିଡିଆରେ ଗୋଟିଏ ଆଖି ଥିବା ବାଛୁରୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ ଆଖି ଥିବା ବାଛୁରୀ ଦେଖିବାକୁ ମିଳୁଛି, ତାହାର ଆଖି ଉପରେ ଆଖି ପତା ନାହିଁ। ବାଛୁରୀର ମୁହଁ ଓ ନାକ ସଠିକ୍‌ ଭାବେ ବିକଶିତ ହୋଇନାହିଁ। ଏହି ରୋଗ ନେଇ ଜନ୍ମ ନେଉଥିବା ମଣିଷ ବା ପଶୁ ବେଶୀ ଦିନ ପର୍ଯ୍ୟନ୍ତ ବଞ୍ଚି ରହି ପାରନ୍ତି ନାହିଁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର