କୋଲକାତାରେ ଶବ ଦାହ ହେଉଛି ଗୋବର ଘଷିରେ…

କାଠ, ବୈଦ୍ୟୁତିକ ଚୁଲା ପରିବର୍ତ୍ତେ ଗୋବର ଘଷିକୁ ଶବ ଦାହର ଏକ ଉତ୍ତମ ତଥା ନୂଆ ବିକଳ୍ପ ଭାବେ ଗ୍ରହଣ କରି କଲକାତା ମହାନଗର ନିଗମ ଏବେ ଚର୍ଚ୍ଚାରେ। ମହାନଗର ଅନ୍ତର୍ଗତ ନିମତାଲା ଶ୍ମଶାନରେ ମୃତ ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଏହି ସୁବିଧା ମିଳୁଛି। ଗଲା ମାସକ ଭିତରେ ଶୁଖିଲା ଘଷି ଦ୍ୱାରା ପଞ୍ଚତିରିଶରୁ ଅଧିକ ଶବ ଦାହ କରାଗଲାଣି। ଏହା ଦ୍ୱାରା ଖର୍ଚ୍ଚ, ସମୟ, ବାୟୁ ପ୍ରଦୂଷଣ ଏବଂ କାଠର ବ୍ୟବହାର କମାଯାଇପାରୁଥିବା ପ୍ରକାଶ। କାଠ ଦ୍ୱାରା ଗୋଟିଏ ଶବ ଦାହ ପାଇଁ ପାଖାପାଖି ତିନି ଘଣ୍ଟା ଲାଗେ ଏବଂ ଦୁଇ ହଜାର ଛଅ ଶହ ଟଙ୍କା ଖର୍ଚ୍ଚ ହୁଏ। ତା’ଠାରୁ ଘଣ୍ଟାଏ କମ୍‌ ସମୟରେ ଘଷି ଦ୍ୱାରା ଶବ ଦାହ ସମ୍ଭବ ହୋଇପାରୁଛି। ଆଠ ଶହରୁ ଏକ ହଜାର ଟଙ୍କା କମ୍‌ ଖର୍ଚ୍ଚ ହେଉଛି। ଏହା ଛଡ଼ା, ଶବ ଦାହ ପରେ ଦରପୋଡ଼ା କାଠ, ପାଉଁଶରେ ପ୍ରଦୂଷଣକାରୀ ଉପାଦାନ ରହୁଥିବାରୁ ନଈ, ପୋଖରୀ ପାଇଁ ସମସ୍ୟା ସୃଷ୍ଟି ହୁଏ। କିନ୍ତୁ ଘଷି ପାଉଁଶ ଦ୍ୱାରା ଜଳ ପ୍ରଦୂଷଣର ଆଶଙ୍କା କମ୍‌। ସବୁ ଠାରୁ ବଡ଼ କଥା ହେଉଛି, ଗୋବର ଘଷିର ବ୍ୟବହାର ଅଧିକ ହେଲେ ବୃକ୍ଷ ଛେଦନ କମିବ।

ସମ୍ବନ୍ଧିତ ଖବର