ଅପରାଧୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ପୁଲିସ ଆରମ୍ଭ କଲା ‘ଗୁଣ୍ଡା ପରେଡ’

ଅପରାଧୀଙ୍କୁ ଅପରାଧ ରାସ୍ତାରୁ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ପୁଲିସର ନିଆରା ଉଦ୍ୟମ। ଅପରାଧରୁ ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ଆରମ୍ଭ କରିଛି ଏହି ପ୍ରୟାସ। ବ୍ରହ୍ମପୁର ସହରର ସମସ୍ତ ଥାନାରେ ଗୁଣ୍ଡା ପରେଡର ଆୟୋଜନ କରିଥିଲା ପୁଲିସ। ଯେଉଁ ଅଭିଯୁକ୍ତମାନେ ଅପରାଧିକ ମାମଲାରେ ଯୋଡ଼ି ହୋଇ ରହିଛନ୍ତି, ସେମାନଙ୍କୁ ଥାନାକୁ ଡ଼ାକି କ୍ରାଇମରୁ କିଭଳି ଦୂରରେ ରହିବେ ଓ ସମାଜର ମୁଖ୍ୟସ୍ରୋତକୁ ଫେରିବେ ସଚେତନ କରାଯାଇଥିଲା।

ଆଜି ସହରର ୮୬ ଜଣ ଅପରାଧୀ ଏଥିରେ ଏହି ପରେଡରେ ସାମିଲ ହୋଇଥିଲେ। ସହରର ସମସ୍ତ ଥାନାରେ ଏହି ପରେଡ କରାଯାଇଥିଲା। ଯେଉଁମାନେ ବେଲ ପାଇ ବାହାରେ ଅଛନ୍ତି ସେହିମାନଙ୍କୁ ଡକାଯାଇ ପୋଲିସ ପକ୍ଷରୁ ପରେଡ କରାଯାଇଛି। ପ୍ରତି ସପ୍ତାହରେ ଏହି ପରେଡ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରାଧୀମାନେ ଅପରାଧରୁ ନିବୃତ ରହି କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଏକ ଭିନ୍ନ ପ୍ରୟାସ କରାଯାଇଛି।

ସମ୍ବନ୍ଧିତ ଖବର