ଝିଅର ଜନ୍ମଦିନ ପାଳନ କରିବା ପାଇଁ ସୁସ୍ଥ ହୋଇ ଘରକୁ ଫେରିଲେ ପୁଲଓ୍ଵାମା ଆକ୍ରମଣରେ ଆହତ ହୋଇଥିବା ଯବାନ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣକୁ ଦୁଇ ସପ୍ତାହ ବିତି ସାରିଥିବା ବେଳେ ଏହି ଆକ୍ରମଣରେ ଆହତ ହୋଇଥିବା ଯବାନ ଅବଧେଶ୍‌ କୁମାର ଏବେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଝିଅର ଜନ୍ମଦିନ ପାଳନ କରିବା ପାଇଁ ସେ ଘରକୁ ଯାଇଥିବା ବେଳେ ଅବଧେଶ୍‌ଙ୍କ ସୁସ୍ଥ ହେବା ଖୁସିରେ ତାଙ୍କ ଗାଁ ଲୋକେ ତାଙ୍କୁ ଖୁସିର ସହ ସ୍ୱାଗତ କରିଥିଲେ । ସେଠାରେ ତାଙ୍କୁ ପୁଲଓ୍ଵାମା ଆକ୍ରମଣ ବିଷୟରେ ପଚରାଯାଇଥିବା ବେଳେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ଅବଧେଶ୍‌ ।

ମୁଁ ଏଠାକୁ କେବଳ ମୋ ଝିଅର ଜନ୍ମଦିନ ପାଳନ କରିବା ପାଇଁ ଆସିଛି । ସେ ଏବେ ଦୁଇ ବର୍ଷର ହେବାକୁ ଯାଉଥିବା ବେଳେ ମୁଁ ତାକୁ ଆଶୀର୍ବାଦ ଦେଇ ଖୁବ୍‌ ଶୀଘ୍ର ନିଜ କାର୍ଯ୍ୟରେ ଯୋଗ ଦେବି । ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଥିଲେ ଅବଧେଶ୍‌ ।

indiatimes.com

ଆକ୍ରମଣ ପରେ ଲାଗିଥିବା ଆଘାତ ବିଷୟରେ ପଚରାଯିବା ପରେ ସେ କହିଥିଲେ, “ଆକ୍ରମଣରେ ମୋର ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିଲା । କିନ୍ତୁ ଏବେ ଚିକିତ୍ସା ପରେ ମୁଁ ସମ୍ପୁର୍ଣ୍ଣ ଠିକ୍‌ ଅଛି ଏବଂ ଫୋନ୍‌ ଆସିବା ମାତ୍ରେ କାର୍ଯ୍ୟରେ ଯୋଗ ଦେବାକୁ ପ୍ରସ୍ତୁତ ରହିଛି।”

ସମ୍ବନ୍ଧିତ ଖବର