ଜଳାଶୟରେ ସାଇକେଲି˚

ମଣିଷକୁ ସୁସ୍ଥ ରଖୁଥିବା ଏକ ବ୍ୟାୟାମ ହେଉଛି ସାଇକେଲ୍‌ ଚାଳନା। ଏହା ଦ୍ୱାରା ସାରା ଶରୀରର ବ୍ୟାୟାମ ହୋଇଥାଏ। ଆଜିକାଲି ଆମ ଦେଶରେ ଏହାକୁ ଦରିଦ୍ର ଓ ଦାରିଦ୍ର୍ୟର ପ୍ରତୀକ ଭାବେ ଦେଖାଯାଉଥିବା, ଅତ୍ୟନ୍ତ ପରିତାପର ବିଷୟ। ତେବେ, ଅନେକ ବିକଶିତ ରାଷ୍ଟ୍ର, ଯେଉଁଠି ଜୀବନ ଧାରଣର ମାନ ଭାରତୀୟଙ୍କ ତୁଳନାରେ ଯଥେଷ୍ଟ ଅଧିକ, ସେଠାରେ ସାଇକେଲି˚କୁ ଗୁରୁତ୍ୱ ଦିଆଯାଉଛି। ସାଇକେଲ୍‌ ଚାଳନାକୁ କେହି ହେୟ-ଜ୍ଞାନ କରୁ ନ ଥିବା ଏକ ଦେଶ ହେଉଛି ବେଲ୍‌ଜିଅମ୍‌। ସେଠାରେ ସାଇକେଲି˚ ପାଇଁ ସ୍ୱତନ୍ତ୍ର ପଥର ବ୍ୟବସ୍ଥା ଅଛି। ଏପରକିି ସାଇକେଲ୍‌ ଚାଳନା କରି ହ୍ରଦ ପରିକ୍ରମା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲିମ୍‌ବର୍ଗ‌୍‌ର ଏହି ବିଶାଳ ଜଳାଶୟ ଉପରେ ସାଇକେଲି˚ ପାଇଁ କରାଯାଇଥିବା ମନୋରମ ବ୍ୟବସ୍ଥା ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ। ଏହି ଜଳାଶୟର ଆକାର ଛଅ ଶହ ହେକ୍‌ଟର‌୍‌ ଏକର‌୍‌। ପାଞ୍ଚ ବର୍ଷ ତଳେ ଏହା ଉପରେ କେବଳ ସାଇକେଲି˚ ପାଇଁ ନିଆରା ପୋଲ-ରାସ୍ତା ତିଆରି କରାଯାଇଥିଲା। ଏବେ ଏହା ସେଠାକାର ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ।

ସମ୍ବନ୍ଧିତ ଖବର