ରାତି ସାଢ଼େ ଗୋଟାଏରୁ ୬ ବିମାନ ବାତିଲ୍

ଭୁବନେଶ୍ବର : ବାତ୍ୟା ‘ତିତ୍‌ଲି’ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ୬ଟି ବିମାନ ବାତିଲ୍ କରାଯାଇଛି। ଭୁବନେଶ୍ବରରୁ ବିଶାଖାପାଟଣା ଅପରାହ୍ନ ୧ଟା ୩୦ରେ ଯିବାକୁ ଥିବା ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ୍ କରାଯାଇଥିବାବେଳେ ଆଜି ରାତି ୧ଟା ୩୦ରୁ ଗୁରୁବାର ସକାଳ ୮ଟା ୫୦ ମଧ୍ୟରେ ଭୁବନେଶ୍ବରରୁ ଯିବାକୁ ଥିବା ସମସ୍ତ ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ୍ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ରାତି ୧ଟା ୩୦ରେ ଦିଲ୍ଲୀ ଯିବାକୁ ଥିବା ବିମାନ ୬ଇ୨୧୨୭, ସକାଳ ୫ଟା ୧୫ରେ ଦିଲ୍ଲୀ ଯିବାକୁ ଥିବା ବିମାନ ୬ଇ୨୪୮୯, ଭୁବନେଶ୍ବରରୁ ସକାଳ ୫ଟା ୨୫ରେ କୋଲକତା ଯିବାକୁ ଥିବା ୬ଇ୭୦୭ ବିମାନ, ଭୁବନେଶ୍ବରରୁ ସକାଳ ୬ଟା ୪୦ରେ ବେଙ୍ଗାଲୁର ଯିବାକୁ ଥିବା ୬ଇ୧୫୭ ବିମାନ, ସକାଳ ୮ଟା ୫୦ରେ ଭୁବନେଶ୍ବରରୁ ବମ୍ବେ ଯିବାକୁ ଥିବା ବିମାନ ୬ଇ୩୭୫ ବିମାନକୁ ବାତିଲ୍ କରିଦିଆଯାଇଛି। ଏହି ସମୟରେ ଅନ୍ୟ ବିମାନଗୁଡ଼ିକ ବାତିଲ୍ ହେବ କି ନାହିଁ ସେନେଇ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର