କିନ୍ନର ସନ୍ତାନ ପ୍ରସବ କରିବା ପରେ ବନିବାକୁ ଚାହାନ୍ତି ଆଇନସଙ୍ଗତ ପିତା…କିନ୍ତୁ ହେଉଛି ଏଭଳି ଅସୁବିଧା

ନୂଆଦିଲ୍ଲୀ: ଜଣେ କିନ୍ନର ନିଜ ସନ୍ତାନର ଜନ୍ମ ପ୍ରମାଣ ପତ୍ରରେ ପିତା ଭାବେ ପରିଚୟ ହାସଲ ପାଇଁ ଏକ ମାନବ ଅଧିକାର ଅଦାଲତଙ୍କୁ ଆବେଦନ କରିଛନ୍ତି। ସମଗ୍ର ଦୁନିଆରେ ତୃତୀୟଲିଙ୍ଗର ମାନ୍ୟତା ମିଳି ସାରିଛି। ଏହି କ୍ରମରେ ଏକ ମାମଲା ସାମ୍ନାକୁ ଆସିଛି।

ବ୍ରିଟେନ୍‌ରେ କିନ୍ନର ଫ୍ରେଡି ମେକୋନଲ ସନ୍ତାନକୁ ଜନ୍ମ ଦେଇଛନ୍ତି। ଫ୍ରେଡି ଜନ୍ମରୁ ଜଣେ ନାରୀ ଥିଲେ, କିନ୍ତୁ ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିଲେ ହେଁ ଅସ୍ତ୍ରୋପଚାର ସମୟରେ ସେ ନିଜ ଗର୍ଭାଶୟ ବାହାର କରି ନ ଥିଲେ। କାରଣ ସେ ଭବିଷ୍ୟତର ସନ୍ତାନ ଜନ୍ମ ଦେବାକୁ ଚାହୁଁଥିଲେ।

ଫ୍ରେଡିଙ୍କ ସନ୍ତାନ ଅବିକଳ ତାଙ୍କରି ଭଳି ଦିଶୁଛି, ଯେମିତି ସେ ପିଲା ଦିନେ ଦେଖା ଯାଉଥିଲେ। ସେ ଶିଶୁକୁ ଜନ୍ମ ଦେବା ପରେ ମା’ ନୁହେଁ ପିତା ଭାବେ ପରିଚୟ ହାସଲ କରିବାକୁ ଚାହାନ୍ତି। ସେ ପିଲାର ଜନ୍ମ ପ୍ରମାଣ ପତ୍ରରେ ପିତା ନାମ ଥିବା ସ୍ଥାନରେ ନିଜ ନାମ ଲେଖିବାକୁ ଚାହାନ୍ତି। କିନ୍ତୁ ଫ୍ରେଡି ଏପରି କରି ପାରୁ ନାହାନ୍ତି । କାରଣ ସେ କନ୍ୟା ହୋଇ ଜନ୍ମ ହୋଇଥିଲେ। ଜେନେରାଲ ରେଜିଷ୍ଟର ଅଫିସ୍‌ ଏପରି କରିବାକୁ ମନା କରି ଦେଇଛି।

ବିଟ୍ରେନ୍‌ ନିୟମ ଅନୁସାରେ ଶିଶୁର ଜନ୍ମପ୍ରମାଣ ପତ୍ରରେ ଯେମିତି ହେଲେ ବି ମା’ର ନାମ ରହିବା ନିହାତି ଆବଶ୍ୟକ ହୋଇଥାଏ। ଶିଶୁର ପିତା ଭାବେ ପରିଚୟ ହାସଲ ପାଇଁ ଫ୍ରେଡି ଆଇନ ସହିତ ଲଢ଼ୁଛନ୍ତି। ଅସ୍ତ୍ରୋପଚାରର ୧୦ଦିନ ପରେ ସେ ଜଣେ ସ୍ପର୍ମ ଡୋନରଙ୍କୁ ଭେଟିଥିଲେ। ଏହାପରେ ସେ ଜଣେ ଅନ୍ତସତ୍ତ୍ୱା ପୁରୁଷ ବନି ଯାଇଥିଲେ।

ସମ୍ବନ୍ଧିତ ଖବର