ସିସିଟିଭିରେ କୈଦ ହେଲା ଅଜବ ପ୍ରାଣୀ, ଭିଡିଓ ଓ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଜଣେ ମହିଳା ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଥିବା ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସିସିଟିଭିରେ ଏକ ଡୋବି ଘର ବାହାରେ ଛିଡା ହୋଇଥିବା ଗାଡ଼ି ସାମ୍ନାରେ ଯାଉଥିବା ନଜର ଆସୁଛି। କେବଳ ଏତିକି ନୁହେଁ ଡୋବି ଯେତେବେଳେ ଗାଡ଼ି ସାମ୍ନାକୁ ଆସୁଛି। ଏକ ଅଜବ ଶୈଳୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଆମେରିକାରେ ରହୁଥିବା ବିବିୟନ ଗୋମେଜ ନିଜ ସୋସିଆଲ ଆକାଉଣ୍ଟରେ ରବିବାର ସେୟାର କରିଥିଲେ। ଏହାର ଭିଡିଓକୁ ଏଯାବତ୍‌ ୩୦ ମିଲିୟନ୍‌ରୁ ଅଧିକ ଥର ଦେଖା ଯାଇ ସାରିଲାଣି।

 

ଭିଡିଓକୁ ସେୟାର କରୁଥିବା ସମୟରେ ଗୋମେଜ କହିଥିଲେ କି, ରବିବାର ସକାଳେ ମୁଁ ନିଜ ଘରର ସିସିଟିଭି ଫୁଟେଜ ଦେଖିଥିଲି ଓ ଏହି ଫୁଟେଜ ଦେଖି ସ୍ତବ୍ଧ ହୋଇ ରହିଯାଇଥିଲି। ଫୁଟେଜରେ ଏକ ଅଜବ ଡୋବି ମୋର ଘର ବାହାରେ ଛିଡା ହୋଇଥିବା ଗାଡ଼ି ସାମ୍ନାରେ ଯାଉଥିବା ଦେଖିବାକୁ ମିଳୁଛି। ଯେମିତି ହିଁ ସେ କାର ସାମ୍ନାକୁ ଆସୁଛି ଦୁଇ ହାତ ହଲାଇ ଅଜବ ଶୈଳୀରେ ଶବ୍ଦ ବାହାର କରୁଛି। ଡୋବିର ଖୁସି ଦେଖି ଲାଗୁଛି କି, ସେ ଦୁନିଆରେ ସବୁଠାରୁ ଅଲଗା ଦେଖାଯାଉଥିବା ହେତୁ ବହୁତ ଖୁସି ଅଛି।

ତେବେ ଏହି ଭିଡିଓ ସେୟାର ହେବା ପରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ମିଥ୍ୟା ଓ ଫଟୋସପ୍‌ରେ ଏଡିଟ୍‌ ହୋଇଥିବା କଥା କହୁଛନ୍ତି। କିନ୍ତୁ ଗୋମେଜ ଏହି ସମସ୍ତ କଥାକୁୂ ଖଣ୍ଡନ କରି ଭିଡିଓ ଓ ଫଟୋକୁ ବାସ୍ତବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର