ଦୁବାଇ ରାଜକୁମାରୀଙ୍କୁ ୩ ବର୍ଷ ଧରି କଏଦ୍‌ କରି ରଖିଥିଲେ ତାଙ୍କ ପିତା

ନୂଆଦିଲ୍ଲୀ : ବର୍ତ୍ତମାନ ଦୁବାଇ ରାଜପରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମସ୍ତୁମଙ୍କ କନ୍ୟା ରାଜକୁମାରୀ ଶେଖ ଲତିଫା ତାଙ୍କ ପିତାଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଲତିଫାଙ୍କୁ ତାଙ୍କ ପିତା ୩ ବର୍ଷ ଧରି ବନ୍ଧକ ରଖିଥିବା ଅଭିଯୋଗ ଆଣିଛନ୍ତି ସେ । ସୂଚନା ଅନୁଯାୟୀ ଲତିଫା ଅନେକ ଦିନ ହେବ ନିଖୋଜ ଥିଲେ। ଏପରି କି ତାଙ୍କ ବିଷୟରେ ତାଙ୍କର କୌଣସି ସାଙ୍ଗ କିମ୍ବା ଆତ୍ମୀୟ ମଧ୍ୟ ଜାଣିନଥିଲେ । ସେ ଅନେକ ଥର ପିତାଙ୍କ ବନ୍ଧକରୁ ବାହାରିବା ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ବର୍ତ୍ତମାନ ଦୁବାଇର ଜଣେ ଡିଟେକଟିଭ୍‌ଙ୍କ ସାହାଯ୍ୟରେ ସେ ମୁକ୍ତ ହେବାରେ ସଫଳ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁବାଇ ସରକାର ଏବଂ ସରକାରୀ ଅଧିକାରୀକିଛି କହିନାହାନ୍ତି ।

punjabkesari

ସୂଚନା ଅନୁଯାୟୀ , ରାଜକୁମାରୀ ଶେଖ ଲତିଫା ଜଣେ ସାଧାରଣ ଝିଅ ଭାବେ ନିଜର ଜୀବନଯାପନ କରିବା ପାଇଁ ଚାହୁଁଥିଲେ । ସେ ବାପାଙ୍କ ନିକଟରେ ତାଙ୍କ ଇଛା ପ୍ରକାଶ କରିବା ପରେ ମଧ୍ୟ ତାଙ୍କୁ ଜଣେ ରାଜକୁମାରୀ ଭାବେ ଚଳିବା କରିବା ପାଇଁ ବାଧ୍ୟ କରାଯାଇଥିଲା । ଏହାପରେ ସେ ଘରଛାଡ଼ି ପଳାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ବିଫଳ ହେବା ସହ ତାଙ୍କ ପିତା ତାଙ୍କୁ ବଳପୂର୍ବକ ଆବଦ୍ଧ କରି ରଖିଥିଲେ ।
ନିକଟରେ ଦୁବାଇର ଜଣେ ଗୋଇନ୍ଦାଙ୍କ ସାହାଯ୍ୟରେ ଶେଖଙ୍କ କବଳରୁ ରକ୍ଷା ପାଇପାରିଥିବା ରାଜକୁମାରୀ ନିଜ ପିତାଙ୍କ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ତାଙ୍କୁ ଆବଦ୍ଧ କରି ରଖିବା ସହ ତାଙ୍କୁ ମାରପିଟ କରୁଥିଲେ । ଏହା ଛଡ଼ା ତାଙ୍କୁ ଜବରଦସ୍ତି ନିଶା ଔଷଧ ଖାଇବା ପାଇଁ ବାଧ୍ୟ କରୁଥିଲେ। ବାପାଙ୍କ କବଳରୁ ମୁକୁଳିବା ପାଇଁ ଚେଷ୍ଟା କରି ଧରାପଡ଼ିବା ପରେ ତାଙ୍କ ଉପରେ ଅଧିକ କଡ଼ା ନଜର ରଖାଯାଉଥିଲା।

ସମ୍ବନ୍ଧିତ ଖବର