ବାପାଙ୍କ ଜନ୍ମଦିନରେ ନିଜର ଯକୃତ ଦାନ କରି ବାପାର ଜୀବନ ବଞ୍ଚାଇଲା ଝିଅ, ପ୍ରଭାବିତ ହୋଇ ବିବାହ ପ୍ରସ୍ତାବ ଦେଲେ କାନାଡାରେ ରହୁଥିବା ଯୁବକ

ସୁରଟ : ସୁରଟ୍‌ରେ ୨୦୧୪ରେ ଘଟିଥିବା ଏକ ଘଟଣା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ବାପାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦ୍ୱିତୀୟ ଥର ବି ଚିନ୍ତା ନ କରି ନିଜର ଯକୃତ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଭାବି । ଯାହା ପରେ ତାଙ୍କ ବାପା ବିଶ୍ୱଜିତ୍‌ ମେହେତାଙ୍କର ୨୦୧୬ରେ ଯକୃତ ପ୍ରତିରୋପଣ କରାଯାଇ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା । ବିଶ୍ୱଜିତ୍‌ଙ୍କ ଜନ୍ମଦିନରେ ତାଙ୍କୁ ନୂଆ ଜୀବନ ଦେଇଥିଲେ ଭାବି ମେହେତା । ତେବେ ସବୁଠାରୁ ବଡ଼ କଥା ହେଲା ଭାବିଙ୍କ ଏଭଳି କାମ ବିଷୟରେ ଜାଣିବା ପରେ କାନାଡ଼ାରୁ ସୁରଟ ଚାଲି ଆସିଥିଲେ ତେଜସ । ବିବାହ କରିବି ତ ଭାବିଙ୍କୁ କରିବି ବୋଲି ନିଷ୍ପତ୍ତି ନେଇ ସେ ଭାରତ ଆସିବା ସହ ଶେଷରେ ସେ ଭାବିଙ୍କୁ ବିବାହ କରିଥିଲେ । ଫାଦର୍ସ ଡେ ଅବସରରେ ୩ଜଣଙ୍କ ସହ ଦୈନିକ ଭାସ୍କର ପକ୍ଷରୁ ସାକ୍ଷାତକାର ନିଆଯିବା ପରେ ସେ ସମୟର ଅନେକ କଥା ସାମ୍ନାକୁ ଆସିଥିଲା ।

ବିଶ୍ୱଜିତ୍‌ଙ୍କ କହିବା ଅନୁଯାୟୀ, ମୋର ଦୁଇଟି ମା’ ଅଛନ୍ତି । ଜଣେ ଜନ୍ମ ଦେଇଥିବା ବେଳେ ଆଉ ଜଣେ ମୋତେ ଯକୃତ ଦେଇ ନୂଆ ଜୀବନ ଦେଇଥିଲେ । ୨୦୧୪ରେ ମୋର ଯକୃତରେ ସମସ୍ୟା ଥିବା ଜାଣି ମୁଁ ଡ଼ରିଯିବା ସହ ଘରେ ଜଣାଇଥିଲି । ଏହା ପରେ ଯକୃତ ଦେବା ପାଇଁ ୧୦ଜଣ ରାଜି ଥିଲେ ମଧ୍ୟ ମୋ ଝିଅ ଭାବି ଯକୃତ ଦେବ ବୋଲି ନିଷ୍ପତ୍ତି ନେଇ ସାରିଥିଲା । ମୁଁ ମନା କରିବା ସତ୍ତ୍ୱେ ମଧ୍ୟ ସେ ମୋତେ ଯକୃତ ଦେଇ ମୋତେ ନୂଆ ଜୀବନ ଦେଇଥିଲା ।

The Spectator

ସେହି ସମୟରେ ତେଜସ ନିଜ ବିବାହ ପାଇଁ ଝିଅ ଦେଖିବାକୁ କାନାଡାରୁ ସୁରଟ ଆସିଥିଲେ । ପରିବାର ଲୋକେ ଝିଅ ଦେଖା ଆରମ୍ଭ କରିଥିବା ବେଳେ ତେଜସଙ୍କୁ ଭାବିଙ୍କ ବିଷୟରେ ଜଣା ପଡ଼ିଥିଲା । ଭାବିଙ୍କ କାମରେ ପ୍ରଭାବିତ ହୋଇ ତାଙ୍କୁ ହିଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ତେଜସ ।

ସମ୍ବନ୍ଧିତ ଖବର