୧୫ବର୍ଷିଅ ନାବାଳିକା ନିଜର ହୃଦୟ, ଚକ୍ଷୁ, ଚର୍ମ ଏବଂ ଯକୃତ ଦାନ କରି ବଞ୍ଚାଇଲା ୫ଜଣଙ୍କ ଜୀବନ

ମାନସିକ ରୂପରେ ମୃତ ୧୫ ବର୍ଷୀୟା ଜଣେ କିଶୋରୀ ୫ ଜଣ ଲୋକଙ୍କ ଜୀବନ ବଞ୍ଚାଇଥିବା ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ଏହି କିଶୋରୀ ଜଣକ ନିଜର ହୃଦୟ,ଚକ୍ଷୁ,ଚର୍ମ ଏବଂ ଯକୃତକୁ ମୃତ୍ୟୁ ପୂର୍ବରୁ ୫ଜଣଙ୍କୁ ଦାନ କରି ଚୀରଦିନ ପାଇଁ ଆଖି ବୁଜିଛନ୍ତି ।

ସରକାରଙ୍କ ଦ୍ୱାରା ସଞ୍ଚାଳିତ ଚିକିତ୍ସା ଶିକ୍ଷା ଏବଂ ଆଇପିଜିଏମଇଆରର ଜଣେ ପ୍ରବକ୍ତା ଶନିବାର କହିଛନ୍ତି, ଯେ ସଂସ୍ଥା ଶୁକ୍ରବାରରେ ମଲ୍ଲିକା ମଜୁମଦାର ନାମକ ଜଣେ କିଶୋରୀର ବ୍ରେନ୍‌ ଡେଡ୍‌ ଅର୍ଥାତ କୋମାରେ ଯିବା ନେଇ ଘୋଷଣା କରିଥିଲେ । ସିଲିଗୁଡିରେ ରହୁଥିବା କିଶୋରୀକୁ ଜୁଲାଇ ୨୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାର ମସ୍ତିଷ୍କ ଘାତ ହୋଇଥିଲା ଏବଂ ଝିଅଟି ଅଗଷ୍ଟ ୧୪ ତାରିଖରେ କୋମାରେ ଚାଲିଯାଇଥିଲା । ମଲ୍ଲିକାଙ୍କ ଘରଲୋକଙ୍କୁ ଏନେଇ ପୂର୍ବରୁ ସୂଚିତ କରାଯାଇଥିଲା । ବ୍ରେନ୍‌ ଡେଡ୍‌ ହେବା ପରେ ଝିଅ ପାଖରେ କିଛି ମୁହୂର୍ତ୍ତର ସମୟ ଥିବା ଜାଣି ସେମାନେ ଝିଅର ଅଙ୍ଗକୁ ଅନ୍ୟ ଲୋକଙ୍କ ଠାରେ ପ୍ରତିରୋପଣ କରିବାକୁ ଇଚ୍ଛା ପ୍ରକାଶ କଲେ ।

ସମ୍ବନ୍ଧିତ ଖବର