ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ଶବର ହୃଦସ୍ପନ୍ଦନ ଚାଲୁଥିବା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର, ତା’ ପରେ…..

ରାଞ୍ଚି: ବେଳେ ବେଳେ କିଛି ଏଭଳି ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ରାଞ୍ଚିରେ ମଧ୍ୟ ଠିକ ସେଭଳି ଏକ ଘଟଣା ଘଟିଛି | ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣେ ବ୍ୟକ୍ତି ପୁଣି ନିଜ ଜୀବନ ଫେରି ପାଇଥିବା ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ | ଯୁବକଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଡାକ୍ତର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ହେଲେ ବ୍ୟବଚ୍ଛେଦ ହେବା ପୂର୍ବରୁ ଉଠି ବସିଥିଲେ ଯୁବକ | ମୃତ ଯୁବକ ଜୀବିତ ଥିବା ଜାଣି ଡାକ୍ତରଖାନା କର୍ମଚାରୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା | କିନ୍ତୁ ପରେ ଯୁବକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି |

सांकेतिक तस्वीर
navbharattimes

ଘଟଣାଟି ଘଟିଛି ଲୋହରଦାଗା ଜିଲ୍ଲାର ଖରତା ଗାଁରେ | ଏଠାରେ ରହୁଥିବା ଜିତେନ୍ଦ୍ର ଓରାଓଂ ଗାଁରେ ଲଗାଯାଇଥିବା ଟେଣ୍ଟ ଖୋଳୁଥିବା ବେଳେ ଉପର ଦେଇ ଯାଇଥିବା ୧୧ହଜାର ଭୋଲ୍ଟ ଲାଇନ ତାରର ସଂସ୍ପର୍ଶରେ ଆସିଯାଇଥିଲେ। ଏହା ପରେ ଜିତେନ୍ଦ୍ରଙ୍କ ଶରୀର ପୂରା ଜଳି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା | ଡାକ୍ତରଖାନାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବକୁ ଚାନହୋ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମସ) କୁ ନେଇଥିଲା। କିନ୍ତୁ ଶବର ବ୍ୟବଚ୍ଛେଦ ଆରମ୍ଭ ହେବା ପୂର୍ବରୁ ଜିତେନ୍ଦ୍ର ଜୀବିତ ଥିବା କହିଥିଲେ ବ୍ୟବଚ୍ଛେଦ କରୁଥିବା କର୍ମଚାରୀ | ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ପୁନଃ ପରୀକ୍ଷା ପରେ ଜିତେନ୍ଦ୍ର ମରି ସାରିଥିବା ସ୍ପଷ୍ଟ କରିଥିଲେ ଡାକ୍ତର |

ସମ୍ବନ୍ଧିତ ଖବର