ଶ୍ରୀକୃଷ୍ଣଙ୍କ ବାଣୀ: ଏହି ସବୁ ସଂକେତରୁ ଜଣାପଡ଼େ ମୃତ୍ୟୁ ପାଖେଇ ଆସିଲାଣି

ମୃତ୍ୟୁ ଏମିତି ଏକ ସତ୍ୟ ଯାହା ମନୁଷ୍ୟର ମନ ଭିତରେ ସବୁବେଳେ ଚାଲୁଥାଏ । ବିଜ୍ଞାନ ମଧ୍ୟ ଆଜିକାଲି ମୃତ୍ୟୁ ଉପରେ ଗବେଷଣା କରିବା ଆରମ୍ଭ କରିଛି । କିନ୍ତୁ ମୃତ୍ୟୁ ସହିତ ଜଡ଼ିତ ରହସ୍ୟ ବିଷୟରେ ପୁରାଣରେ ବର୍ଣ୍ଣନା କରାଯାଇଛି । ଗରୁଡ଼ ପୁରାଣରେ ଏହି ବିଷୟରେ ଉଲ୍ଲେଖିତ ଅଛି ।

 ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ମୃତ୍ୟୁ ବିଷୟରେ କହିଛନ୍ତି ଯେ ମନୁଷ୍ୟର ନିଜର କର୍ମ ହେଉଛି ତା’ର ମୃତ୍ୟୁ , ମୃତ୍ୟୁର ଅବସ୍ଥା ଏବଂ ଆତ୍ମାକୁ ମିଳୁଥିବା ଫଳକୁ ପ୍ରଭାବିତ କରିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁମାନେ ଜୀବନରେ କାହାର ଖରାପ କରିନାହାଁନ୍ତି, ସବୁବେଳେ ସତ୍ୟ ମାର୍ଗରେ ଅଛନ୍ତି, ସେମାନଙ୍କ ଜୀବନର ଅନ୍ତ ଭଲରେ ହୋଇଥାଏ । ତାଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ । ଯେଉଁ ଲୋକମାନେ ଅନ୍ୟକୁ ଧୋକା ଦେଇଥାନ୍ତି, ଘୃଣିତ କାମ କରିଥାନ୍ତି, ସେମାନଙ୍କର ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ ଭାବରେ ହୋଇଥାଏ । ଏହି ଅବସ୍ଥାରେ ଆପଣ ନିଜେ ଅନୁଭବ କରିପାରିବେ । କୌଣସି ବି ମନୁଷ୍ୟ ନିଜର ମୃତ୍ୟୁ କେତେବେଳେ ହେବ କହିପାରିବେ ନାହିଁ । କିନ୍ତୁ ଏମିତି କିଛି ସଙ୍କେତ ଅଛି , ଯେଉଁଥିରୁ ମୃତ୍ୟୁ ର ସୂଚନା ମିଳିଥାଏ । ଏହି ବିଷୟରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ମୃତ୍ୟୁ ର କିଛି ଦିନ ପୂର୍ବରୁ ବ୍ୟକ୍ତି ଖାଦ୍ୟ ଗ୍ରହଣ କରିନଥାଏ । ଏହା ବ୍ୟକ୍ତିର ପ୍ରଥମ ସଙ୍କେତ ଜଣାଯାଏ ଯେ ବ୍ୟକ୍ତିର ଅନ୍ତ ନିକଟ । ବ୍ୟକ୍ତି ଏତେ ଦୁର୍ବଳ ହୋଇଯାଏ ଯେ ନିଜେ କୌଣସି କାମ କରିପାରେ ନାହିଁ । ନିଦ ମଧ୍ୟ ହୁଏ ନାହିଁ । ପାଖରେ ଥିବା ଲୋକଙ୍କୁ ମଧ୍ୟ ଜାଣିପାରେ ନାହିଁ । ଯେଉଁ ବ୍ୟକ୍ତିର ଶରୀରରୁ ପ୍ରାଣ ଯାଇଥାଏ ସେ କ’ଣ କହିଥାଏ, ନିଜେ ଜାଣିପାରିନଥାଏ । ମୃତ୍ୟୁର ନିକଟରେ ଥିବା ଲୋକ ଭୌତିକ ସଂସାର ବିଷୟରେ କିଛି କହିନଥାଏ । ସେ ପରଲୌକିକ ଦୁନିଆ ବିଷୟରେ କହିଥାଏ ।

ସମ୍ବନ୍ଧିତ ଖବର