ଆରମ୍ଭ ହେଲାଣି ଏ ବର୍ଷର ଶେଷ ମାସ; କେଉଁ ତାରିଖରେ ପଡୁଛିି କେଉଁ ପର୍ବ

ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି। ପ୍ରତି ମାସ ପରି ଏ ମାସରେ ବି କିଛି ବିଶେଷ ତିଥି ରହିଛି। ଆମେ ଭାରତୀୟମାନେ ବ୍ରତ-ଉପବାସରେ ବହୁ ବିଶ୍ୱାସ ରଖିଥିବା ହେତୁ ଏହି ତିଥିଗୁଡ଼କ ବିଷୟରେ ଜାଣିବା ଆମ ପାଇଁ ଜରୁରି ହୋଇଥାଏ। ବିଶ୍ୱାସ ରହିଛି ଯେ ଯେଉଁମାନେ ଭଗବାନଙ୍କ ଉଦେଶ୍ୟରେ ଆମେ ବିଶେଷ କିଛି କରିପାରନ୍ତ ନାହିଁ। ତେଣୁ ମାସକୁ ଗୋଟିଏ କିମ୍ବା ଦୁଇଟି ଦିନ ତାଙ୍କ ଉଦେଶ୍ୟରେ ସମର୍ପି ଦେବାରେ ହିଁ ଆତ୍ମସନ୍ତୋଷ ମିଳିଥାଏ। ତେବେ, ଚାଲନ୍ତୁ ଜାଣିବା ଡିସେମ୍ବରର କେଉଁ ଦିନରେ କି ତିଥି ସବୁ ପଡୁଛି।

ଡିସେମ୍ବର ୩ ହେଉଛି ଉତ୍ପନ୍ନା ଏକାଦଶୀ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପାଇଁ ଉପବାସ ରଖାଯାଏ।

ଡିସେମ୍ବର ୬ ତାରିଖରେ ଅମାବାସ୍ୟା ପଡୁଛି ଯେତେହୁ ଏହି ଦିନ ଆମିଷ ଭକ୍ଷଣ ନ କଲେ ଭଲ।

ଡିସେମ୍ବର ୧୧ ତାରିଖ ହେଉଛି ଗଜାନନଙ୍କ ଦିନ। ଏହି ଦିନ ଅଙ୍ଗାରକି ବିନାୟକି ଚତୁର୍ଥୀ ହୋଇଥିବାରୁ ଏହି ଦିନରେ ଗଣେଶଙ୍କ ଆରାଧନା କରିବା ଉଚିତ।

ପ୍ରଭୁ ଶ୍ରୀରାମ ଓ ସୀତା ଯେଉଁ ତିଥିରେ ବାହା ହୋଇଥିଲେ ସେ ତିଥିଟି ହେଉଛି ବିବାହ ପଞ୍ଚମୀ। ଏହି ତିଥି ଡିସେମ୍ବର ୧୨ ତାରିଖରେ ପଡୁଛି। ବିବାହ କିମ୍ବା ନିର୍ବନ୍ଧ ପାଇଁ ତିଥିଟି ଭଲ।

ଡିସେମ୍ବର ୧୮ ତାରିଖ ହେଉଛି ମୋକ୍ଷଦା ଏକାଦଶୀ। ଏହି ଦିନ ବି ଭଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ଭଲ।

ଡିସେମ୍ବର ୨୨ ହେଉଛି ଭଗବାନ ଦତାତ୍ରେୟଙ୍କ ଜୟନ୍ତୀ। ଏହାକୁ ପୂର୍ଣ୍ଣିମା ଭାବେ ଜଣାଯାଏ।

ଡିସେମ୍ବର ୨୫ କ୍ରିସ୍‌ମାସ୍‌ ବୋଲି ସମସ୍ତେ ଜାଣନ୍ତି। ଏହି ଦିନ ଜିଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ।

 

 

 

ସମ୍ବନ୍ଧିତ ଖବର