ହିନ୍ଦୁ ମାନ୍ୟତା ଅନୁଯାୟୀ କାହିଁକି ଦୀପାବଳି ପାଳିତ ହୁଏ?
ଦୀପାବଳି କେଉଁ କାଳରୁ ପାଳିତ ହେଉଛି ଏବଂ ଏହା କାହିଁକି ପାଳିତ ହୁଏ,ସେଥିନେଇ ଅନେକ ପ୍ରକାରର ମାନ୍ୟତା ରହିଛି ହିନ୍ଦୁ ସଂସ୍କୃତିରେ।ଏଥିମଧ୍ୟରୁ ସର୍ବ ପୁରାତନ ହେଉଛି ତ୍ରେତୟା ଯୁଗର ପ୍ରସଙ୍ଗ।ଏହି ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଲଙ୍କାରେ ‘ରାବଣ ବଧ’କରି ଠିକ୍ ଏହି ଅମାବାସ୍ୟା ତିଥିରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ନିଜର ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ।ଏମାନେ ଚଉଦବର୍ଷ ବନବାସର ପରିସମାପ୍ତି କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିବା ଯୋଗୁଁ ଅଯୋଧ୍ୟା ବାସୀ ଖୁବ୍ ଆନନ୍ଦିତ ଓ ଉତ୍ସାହିତ ଥିଲେ। ଅଯୋଧ୍ୟାବାସୀ ଶ୍ରୀରାମଚନ୍ଦ୍ର ମାତା ସୀତା ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବା ଲାଗି ନିଜ ନିଜ ଘରେ ଦୀପର ଆଲୋକମାଳା ଲଗାଇଥିଲେ।ତାହା ‘ଦୀପାବଳି’ନାଆଁରେ ଖ୍ୟାତ ହେଲା ଏବଂ ସେହି ଦିନଠୁଁ ଏଯାଏଁ ଏହାକୁ ଆଲୋକର ଉତ୍ସବ ନାମ ଦିଆଯାଇ ପାଳନ କରାଯାଉଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ଏକ ପୌରାଣିକ ପ୍ରସଙ୍ଗ ମଧ୍ୟ ବେଶ୍ ଚର୍ଚ୍ଚିତ। ତାହା ହେଲା ଦ୍ୱାପରଯୁଗରେ ପାଣ୍ଡବମାନେ ଦ୍ୟୁତ କ୍ରୀଡ଼ାରେ ହାରିବାପରେ ସର୍ତ୍ତ ଅନୁଯାୟୀ ବାରବର୍ଷ ବନବାସ ଓ ଏକ ବର୍ଷର ଅଜ୍ଞାତବାସର ପରିସମାପ୍ତି କରି ଯେଉଁ ତିଥିରେ ହସ୍ତିନାପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ,ତାହାକୁ ‘ଦୀପାବଳି’ ବୋଲି କୁହାଗଲା। ପାଣ୍ଡବମାନଙ୍କ ସ୍ୱାଗତ ଲାଗି ସେହିଦିନ ହସ୍ତିନାପୁରବାସୀ ଦୀପମାଳାରେ ସ୍ୱସ୍ୱ ଗୃହକୁ ସଜ୍ଜିତ କରିଥିଲେ।ସେହି ଦ୍ୱାପର ଯୁଗରେ ‘ଦୀପାବଳି’ଦିନ ହିଁ ଭଗବାନ ଶ୍ରୀକୃଷ୍ଣ ଓ ପତ୍ନୀ ସତ୍ୟଭାମା ନରକାସୁରକୁ ବଧ କରିଥିଲେ।ଏହି ଦୃଷ୍ଟିରୁ ପୌରାଣିକ ମାନ୍ୟତାରେ ଏହି ଦିନଟି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।
ଅଯୋଧ୍ୟାବାସୀ ଶ୍ରୀରାମଚନ୍ଦ୍ର ମାତା ସୀତା ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବା ଲାଗି ନିଜ ନିଜ ଘରେ ଦୀପର ଆଲୋକମାଳା ଲଗାଇଥିଲେ।ତାହା ‘ଦୀପାବଳି’ନାଆଁରେ ଖ୍ୟାତ ହେଲା ଏବଂ ସେହି ଦିନଠୁଁ ଏଯାଏଁ ଏହାକୁ ଆଲୋକର ଉତ୍ସବ ନାମ ଦିଆଯାଇ ପାଳନ କରାଯାଉଅଛି।
ଦୀପାବଳି ଦିନ ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରି ମହାଦାନୀ,ଅହଙ୍କାରୀ ବଳି ରାଜାଙ୍କ ନିକଟକୁ ଯାଇଥିଲେ। ବଳିଙ୍କୁ ସେ ତିନି ପାଦ ଜମି ମାଗିଥିଲେ,ମାତ୍ର ତାହା ଦେବାରେ ସେ ସମର୍ଥ ନ ହେବାରୁ ତାଙ୍କୁ ସେ ପାତାଳକୁ ଚାପି ଦେଇଥିଲେ।ଏହା ମଧ୍ୟ ଘଟିଥିଲା ଦୀପାବଳି ଦିନ।
ଦୀପାବଳି ଦିନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ପୁରାଣଯୁଗରେ ଅମୃତ ପାନ କରି ଅମର ହେବା ଲାଗି ଦେବାସୁରଗଣ ସମୁଦ୍ର ମନ୍ଥନ କରିବାବେଳେ କ୍ଷୀର ସାଗରଙ୍କ ତନୟା ମହାଲକ୍ଷ୍ମୀଙ୍କର ଆବିର୍ଭାବ ଘଟିଥିଲା ଏହି ଦୀପାବଳି ଦିନ। ମହାଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁ ବିବାହ କରିଥିଲେ।ଏହି କାରଣରୁ ଦୀପାବଳି ଅବସରରେ ଜଗଜ୍ଜନନୀ ,ଧନପ୍ରଦାୟିନୀ ମାଆ ମହାଲକ୍ଷ୍ମୀଙ୍କ ପୂଜା ଆରଧନା ଲାଗି ବିଶେଷ ଅନୁଷ୍ଠାନମାନ ଆୟୋଜିତ ହୋଇଥାଏ।ଏହି ଦିନ ଲକ୍ଷ୍ମୀ ପଞ୍ଚାୟତନ ଗୃହରେ ପ୍ରବେଶ କରନ୍ତି। ଏମାନେ ହେଲେ ଲକ୍ଷ୍ମୀ,ବିଷ୍ଣୁ,କୁବେର,ଗଜେନ୍ଦ୍ର ଓ ସରସ୍ୱତୀ।
ଅନ୍ୟପକ୍ଷରେ ଦୀପାବଳି ଦିନ ଦୁର୍ଗାଙ୍କର ଅଗ୍ରମସ୍ତିଷ୍କରୁ ମା’ ମହାକାଳୀଙ୍କର ଉତ୍ପତ୍ତି ହୋଇଥିଲା। ସେ ରାକ୍ଷସଗଣଙ୍କୁ ବଧ କରିବାରେ ଏଭଳି ଅସ୍ଥିରା ହୋଇ ଉଠିଥିଲେ ଯେ ତାଙ୍କ ନିଜ ଉପରେ ନିୟନ୍ତ୍ରଣ ନଥିଲା। ଭଗବାନ ଶିବଙ୍କର ମା’କାଳୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ଦୀପାବଳି ଦିନ ତାଙ୍କ ଆଗରେ ଶୋଇ ଯାଇଥିଲେ ଏବଂ ମା’ କାଳୀ ତା’ ନ ଜାଣିପାରି ତାଙ୍କ ଉପରେ ପାଦ ପକାଇଦେଇଥିଲେ।ଏହା ମଧ୍ୟ ଏକ ପୌରାଣିକ ଆଖ୍ୟାନ।ଏହାକୁ ଭିତ୍ତି କରି ଦୀପାବଳି ଅବସରରେ ମା’ ମହାକଳୀଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୁଏ