ଅଧରାତିରେ ଛାତ ଦେଇ ଘର ଭିତରେ ପଶିଲା ହରିଣ… ତା’ପରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏବେ ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ ଠପ ହୋଇଯାଇଛି। ଏହାର ଏକ ସକରାତ୍ମକ ପ୍ରଭାବ ପରିବେଶ ଓ ବନ୍ୟଜନ୍ତୁଙ୍କ ଉପରେ ପଡ଼ିଥିବା କୁହାଯାଉଛି। ତେବେ ଲକ୍‌ଡାଉନ୍‌ ପରେପରେ ରାସ୍ତା ଓ ମଲ ସାମ୍ନାରେ ଅନେକ ବନ୍ୟ ଜନ୍ତୁ ନିର୍ଭୟରେ ବୁଲୁଥିବା ବି ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ନିକଟରେ ମୁମ୍ବାଇରୁ ସାମ୍ନାକୁ ଆସିଛି। ଏଠାରେ ଏକ ହରିଣ ଆଜବେଷ୍ଟସ ଛାତ ଭାଙ୍ଗି ଘରେ ପ୍ରବେଶ କରିଥିବା ଜଣାପଡ଼ିଛି।

oneindia

ଏଭଳି ଏକ ଘଟଣା ରବିବାର ପବଇ ଅଞ୍ଚଳରେ ରହୁଥିବା ଏକ ପରିବାର ସହିତ ଘଟିଛି। ପରିବାର ଲୋକ ଘରେ ନିଦରେ ଶୋଇଥିବା ବେଳେ ହଠାତ ଏକ ଶବ୍ଦ ହୋଇଥିଲା। ଘରଲୋକଙ୍କ ଏହି ଶବ୍ଦରେ ନିଦ ଭାଙ୍ଗି ଯାଇଥିଲା। ସେମାନେ ଘର ଭିତରେ ଯାହା ଦେଖିଥିଲେ ଆଖିରେ ବିଶ୍ୱାସ କରି ପାରି ନଥିଲେ। ସେମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କାରଣ ସେମାନଙ୍କ ଆଜବେଷ୍ଟସ ଭାଙ୍ଗି ଏକ ହରିଣ ଘର ଭିତରେ ପଶି ଯାଇଥିଲା। ଭୟରେ ପରିବାର ଲୋକ ଘରୁ ବାହାରି ବନ ବିଭାଗକୁ ଏସମ୍ପର୍କରେ ଖବର ଦେଇଥିଲେ।

 

ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲେ। ବନ ବିଭାଗ ଅଧିକାରୀଙ୍କ କହିବାନୁସାରେ, ହୋଇପାରେ ଏହି ହରିଣକୁ ଚିତାବାଘ ଶିକାର ପାଇଁ ଦୌଡ଼ାଇ ଥାଇପାରେ। ତେଣୁ ଜୀବନ ବିକଳରେ ହରିଣଟି ଘର ଆଜବେଷ୍ଟସ ଉପକୁ ଉଠି ଯାଇଛି। ଆଉ ଆଜବେଷ୍ଟସ ଭାଙ୍ଗି ପଡ଼ିବା ହେତୁ ସେ ଘର ଭିତରେ ପଶି ଯାଇଛି।

ସମ୍ବନ୍ଧିତ ଖବର