ଏହି ସବୁ କଥା ଆପଣାଇଲେ ଧନାଭାବ ରହିବ ନାହିଁ

ଉଣା ଅଧିକେ ଆମେ ସମସ୍ତେ ଏବେ ଧନାଭାବକୁ ନେଇ ଚିନ୍ତିତ । ଅନେକ ଲୋକ କିପରି ଘରକୁ ଧନ ଆସିବ ସେଥିଲାଗି ନାନା ଉପାୟ ଅବଲମ୍ବନ କରୁଛନ୍ତି। ତଥାପି ସେମାନଙ୍କୁ ସଫଳତା ମିଳୁ ନ ଥିବାର ଶୁଣିବାକୁ ମିଳେ। ଆପଣ ଏହିସବୁ ଉପାୟ ଆପଣାଇଲେ ଘରେ ଧନର ଅଭାବ ରହିବ ନାହିଁ ବୋଲି ଜାଣନ୍ତୁ । ଆସନ୍ତୁ ଜାଣିବା ସେହି ଛୋଟ ଛୋଟ କଥା।

ପ୍ରଥମେ ସକାଳୁ ଉଠି ସ୍ନାନ ପରେ ଧଳା ବସ୍ତ୍ର ପରିଧାନ କରି ମା ଲକ୍ଷ୍ମୀଙ୍କର ଫଟୋ ସମ୍ମୁଖରେ ଛିଡା ହୋଇ ଶ୍ରୀ ଶୁକ୍ତର ପାଠ କରି ସାରିବା ପରେ ପୁଷ୍ପ ଅର୍ପଣ କରନ୍ତୁ । ଯଦି କେବେ ଶୁଭ କାମ କରିବାକୁ ବାହାରକୁ ଯାଉଛନ୍ତି ତା’ହେଲେ ଦହି ଚିନି ଖାଇବାକୁ ନ ଭୁଲନ୍ତୁ । ଯଦି ଆପଣଙ୍କ କାମ ଠିକ୍‌ ଭାବରେ ନ ହେଉଛି , ତା’ହେଲେ କଳା ପିମ୍ପୁଡିକୁ ଚିନି ଦିଅନ୍ତୁ ।

ଧନର ଅଭାବ ଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ପଦ୍ମ, କଉଡି, ଏବଂ ଶଙ୍ଖ ରଖିବା ଦରକାର । ଏହା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଯେଉଁ ବ୍ୟକ୍ତିଙ୍କୁ ସନ୍ତାନର ଅଭିଳାଷ ଅଛି, ସେମାନଙ୍କୁ ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବା ଦରକାର । ଏହା ଦ୍ୱାରା ସନ୍ତାନ ଓ ସଂପତ୍ତି ପ୍ରାପ୍ତି ହୋଇଥାଏ । ସୌଭାଗ୍ୟ ଓ ସ୍ୱାସ୍ଥ୍ୟ ଚାହୁଁଥିବା ବ୍ୟକ୍ତି ମା’ ଲକ୍ଷ୍ମୀ ଦେବୀ ଙ୍କର ଉପାସନା କରିବା ଦରକାର ।

ସମ୍ବନ୍ଧିତ ଖବର