ଟ୍ରୁକଲର୍‌ରେ ଆପଣଙ୍କ ନାମ ଓ ନମ୍ବର ବି ରହିଛି କି? ଏହି ନୂଆ ପ୍ରକ୍ରିୟାରେ କରିପାରିବେ ଡିଲିଟ୍‌

ଟ୍ରୁକଲର୍‌ରୁ ଆପଣ ମଧ୍ୟ ଡିଲିଟ୍‌ କରିପାରିବେ ନିଜ ନାମ ଓ ନମ୍ବର

ନିଜ ସ୍ମାର୍ଟ୍‌ଫୋନ୍‌ରେ Truecaller ରହିବାର ବଡ଼ ଫାଇଦା ହୋଇଥାଏ, ଯାହା ଦ୍ୱାରା ଆପଣ କୌଣସି ବି ନମ୍ବରର ଡିଟେଲ୍‌ ଜାଣିପାରିବେ। ଠିକ୍‌ ସେହିପରି ଆପଣ ଯେତେବେଳେ କୌଣସି ଜାଣି ନ ଥିବା ନମ୍ବରକୁ କଲ୍‌ କରିବେ ଆପଣଙ୍କ ନାମ ଓ ଠିକଣା ସିଏ ଜାଣିଦେବେ। ଏହି ଆପ୍‌ ମାଧ୍ୟମରେ ସମସ୍ତ ନମ୍ବରର ଡିଟେଲ୍‌ ଜଣାପଡ଼ିଥାଏ ଯେଉଁମାନଙ୍କ ନମ୍ବର ରେଜିଷ୍ଟର୍‌ ଥାଏ ଏହି ଆପ୍‌ରେ।

ସବୁଠୁ ମୁଖ୍ୟ ଜିନିଷ ହେଉଛି Truecallerରୁ ନିଜ ନମ୍ବର ବାହାର କରିବା ପାଇଁ ବ୍ୟବହାରକାରୀ ନିଜେ ଏହି ଆପ୍‌ ବ୍ୟବହାର କରିବେ ନାହିଁ। ଏହା ସହ ନିଜେ ମଧ୍ୟ କୌଣସି କଲର୍‌ର ଡିଟେଲ୍‌ ଜାଣିପାରିବେ ନାହିଁ। ଯଦି କେହି ବ୍ୟବହାରକାରୀ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌, େଓ୍ଵବ୍‌ସାଇଟ୍‌ ବା ଅନ୍ୟ କୌଣସି ସ୍ଥାନରେ ନିଜ ନମ୍ବରରେ ଜଡ଼ିତ ଡିଟେଲ୍‌ ଦେଇଛନ୍ତି ତା’ହେଲେ ଏହି ଆପ୍‌ ତା’କୁ ଟ୍ରାକ୍‌ କରିଥାଏ।

Courtesy: Bhaskar
ସମ୍ବନ୍ଧିତ ଖବର