ପିଲାମାନଙ୍କର ପରୀକ୍ଷା ଫଳ ଭଲ ନ ହେବା କାରଣରୁ ଗଣିତ ଶିକ୍ଷୟତ୍ରୀଙ୍କୁ ମିଳିଲା ଏହି ଦଣ୍ଡ 

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ଭଲ ନ ହେବା କାରଣରୁ ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କର ଦରମା କାଟ କରାଯାଇଛି। ନବମ ଓ ଦଶମ ଶ୍ରେଣୀର ପରୀକ୍ଷାରେ ଗଣିତରେ ପରୀକ୍ଷା ଫଳ ଭଲ ହୋଇନଥିବା ହେତୁ ଶିକ୍ଷା ବିଭାଗ ସଂପୃକ୍ତ ଶିକ୍ଷକଙ୍କର ଦରମା କାଟିବାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲା ଦକ୍ଷିଣ ଦିଲ୍ଲୀ ଇଷ୍ଟ ଅଫ୍‌ କୈଳାସର ସରକାରୀ ବିଦ୍ୟାଳୟର। ଗଣିତରେ ପରୀକ୍ଷା ଫଳ ଖରାପ ହେବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିକ୍ଷୟତ୍ରୀ ପମ୍ମି ଆନନ୍ଦ। ମିଳିଥିବା ସୂଚନା ଅନୁଯାୟୀ ପମ୍ମି ଆନନ୍ଦ ଯେଉଁସବୁ ଶ୍ରେଣୀରେ ଗଣିତ ଶିକ୍ଷାଦାନ କରିଥାନ୍ତି,ସେହି ଶ୍ରେଣୀର ଛାତ୍ରଛାତ୍ରୀମାନେ  ଗଣିତ ପରୀକ୍ଷାରେ ‘ଶୂନ’ ମାର୍କ ରଖିଥିଲେ।

ଏହାପରେ ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ। ଏହାର ଉତ୍ତରରେ ଶିକ୍ଷୟିତ୍ରୀ ପମ୍ମି ଆନନ୍ଦ ଜଣାଇଥିଲେ ଯେ କ୍ଲାସ୍‌ ଟେନ୍‌ର ରେଜଲ୍‌ଟ  ୭୯.୯୨ ପ୍ରତିଶତ, କ୍ଲାସ୯ର ପାସ୍‌ ହାର ୫୪.୩୪ ପ୍ରତିଶତ। କିନ୍ତୁ ଏହି ଜବାବ୍‌ରେ ସନ୍ତୁଷ୍ଟ ନ ହୋଇ ଶିକ୍ଷା ଅଧିକାରୀ ପମ୍ମି ଆନନ୍ଦଙ୍କ ଦରମା କାଟର ଆଦେଶ ଜାରି କରିଛନ୍ତି, ଯାହା ଏକ ବର୍ଷ ଯାଏଁ ଲାଗୁ ହେବ।

ସମ୍ବନ୍ଧିତ ଖବର