ଆମ୍ବୁଲାନ୍ସରେ ୨୨ କିଲୋମିଟର ଗଲା ଜୀବନ୍ତ ହୃଦୟ

ଦିଲ୍ଲୀ: ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଗୋଟିଏ ହୃତପିଣ୍ଡକୁ ଅପେକ୍ଷା କରିଥିଲେ | ୨୩ କିଲୋମିଟରର ରାସ୍ତା ଥିଲା ଓ ଏହାକୁ ୨୦ ମିନିଟରେ ଅତିକ୍ରମ କରିବାକୁ ଥିଲା | ଗୋଟିଏ ପଟେ ଦିଲ୍ଲୀ ରାସ୍ତାରେ ଭିଡ ଟ୍ରାଫିକ ଥିବାବେଳେ କିଭଳି ଏହି ହୃତପିଣ୍ଡ ପହଂଚିବ ତାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଡାକ୍ତରୀ ଟିମ | କିନ୍ତୁ ଦିଲ୍ଲୀ ଟ୍ରାଫିକ ପୁଲିସର ଉଦ୍ୟମ ଫଳରେ ନିର୍ଦ୍ଧାରିତ ସମୟର ଗୋଟିଏ ମିନିଟ ପୂର୍ବରୁ ହିଁ ହୃତପିଣ୍ଡଟି ଡାକ୍ତରୀ ଟିମ ପାଖରେ ପହଂଚି ପାରିଛି | କିଛି ଏଭଳି ରୋଚକ ଘଟଣା ଦିଲ୍ଲୀରେ ଘଟିଛି |

ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ ଥିବା ଫୋରଟିସ ହସ୍ପିଟାଲରେ ଆଡମିଟ ହୋଇଥିବା ଜଣେ ରୋଗୀଙ୍କର ହୃତପିଣ୍ଡ ପ୍ରତିରୋପଣ କରାଯିବାର ଥିଲା | ଏଥିପାଇଁ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ହୃତପିଣ୍ଡ ବିମାନରେ ଆସିଯାଇଥିଲା | ତେବେ ବଡ ସମସ୍ୟା ଥିଲା ଏହି ହୃତପିଣ୍ଡ କିଭଳି ସଠିକ ସମୟରେ ଡାକ୍ତରଙ୍କ ପାଖରେ ପହଂଚିବ | କାରଣ ଟ୍ରାଫିକ ଯୋଗୁଁ ବିଳମ୍ବ ହୋଇଗଲେ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଇଥାନ୍ତା |

ଏଥିପାଇଁ ସୋମବାର ଦିନ ଦିଲ୍ଲୀ ଟ୍ରାଫିକ ପୁଲିସ ପକ୍ଷରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଫୋରଟିସ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରୀନ କରିଡର ଗଠନ କରାଯାଇଥିଲା | ଏହା ମାଧ୍ୟମରେ ମାତ୍ର ୧୯ ମିନିଟରେ ୨୩ କିଲୋମିଟରର ରାସ୍ତାକୁ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ କରିପାରିଥିଲା |

ସମ୍ବନ୍ଧିତ ଖବର