ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ବସ୍‌, ଟ୍ରେନ୍‌ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା!

ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ମହିଳା ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନେ କିଭଳି ଭାବେ ସୁବିଧାରେ ଏହି ଦିନରେ ଯିବାଆସିବା କରିପାରିବେ ସେଥିପାଇଁ ବସ୍‌, ଟ୍ରେନ୍‌ ଓ ମେଟ୍ରୋରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇର ଦିଲ୍ଲୀ ମଣ୍ଡଳରେ ଯେଉଁଠି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଘୋଷଣା କରାଯାଇଛି ସେଠାରେ ମେଟ୍ରୋ ଟ୍ରେନ ମଧ୍ୟ ଅଧିକ ଥର ଯିବାଆସିବା କରିବ। ଏହା ସହ ଉତ୍ତର ପ୍ରଦେଶ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ରାକ୍ଷୀ ଦିନ ଗାଡିଗୁଡିକରେ କୌଣସି ଶୁଳ୍କ ନିଆଯିବ ନାହିଁ। ଭାରତୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତିର ନିଷ୍ପତ୍ତିକୁ ଦିଲ୍ଲୀର ମହିଳାମାନେ ସ୍ୱାଗତ ଜଣାଇଛନ୍ତି। ରେଳବାଇର ଏହି ନିଷ୍ପତ୍ତିରେ ରକ୍ଷାବନ୍ଧନରେ ମହିଳାମାନଙ୍କୁ ଯାତ୍ରା କରିବାରେ କୌଣସି ଅସୁବିଧା ହେବ ନାହିଁ।

ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଶନିବାର ଏବଂ ରବିବାର ଲୋକମାନଙ୍କ ସୁବିଧା ପାଇଁ ମେଟ୍ରୋ ଟ୍ରେନ ଅଧିକ ଥର ଯିବା ଆସିବା କରିବ। ଏହା ସହ ଯେଉଁ ସେକସନରେ ରବିବାର ଦିନ ମେଟ୍ରୋ ଟ୍ରେନ ସକାଳ ୮ଟାରୁ ଯିବାଆସିବା ଆରମ୍ଭ କରିଥାଏ, ଏହି ରବିବାର ସକାଳ ୬ଟାରୁ ଯିବାଆସିବା କରିବ। ରକ୍ଷାବନ୍ଧନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ଦିନ ମେଟ୍ରୋର ଟ୍ରେନଗୁଡିକ ୨୫୩ ଥର ଅତିରିକ୍ତ ଚଳାଚଳ କରିବ। ଏହା ସହ ରବିବାର ରାକ୍ଷୀରେ ମେଟ୍ରୋ ଟ୍ରେନଗୁଡିକ ୫୯୮ଥର ଅତିରିକ୍ତ ଚଳାଚଳ କରିବ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ଦୁଇଦିନରେ ମେଟ୍ରୋ ଷ୍ଟେସନ ଗୁଡିକରେ ଅତିରିକ୍ତ ଗାର୍ଡ ଏବଂ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯିବ। ଯେଉଁମାନେ ଯାତ୍ରୀମାନଙ୍କୁ ସାହାଯ୍ୟ କରିବେ। ଏହା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଯବାନମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ସେହିପରି ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଅଗଷ୍ଟ ୨୬ ତାରିଖରେ ଯାତ୍ରୀମାନଙ୍କ ଠାରୁ ଗାଡିରେ ଯିବାଆସିବା ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ।

ସମ୍ବନ୍ଧିତ ଖବର