ଦିଲ୍ଲୀ ଟ୍ରାଫିକ୍ ପୁଲିସର ମହାନତା : ମାତା-ପିତା ଫିଙ୍ଗି ଯାଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରି କରାଇଲେ ଚିକିତ୍ସା
ନୂଆଦିଲ୍ଲୀ : ଦିଲ୍ଲୀ ଟ୍ରାଫିକ ପୁଲିସର ମାନବିକତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଡିଉଟି କରୁଥିବା ସମୟରେ ନବଜାତର କାନ୍ଦ ଶୁଣି ସେଠାରେ ପହଞ୍ଚିବା ପରେ ବୁଦା ଭିତରେ ଏକ ଶିଶୁକନ୍ୟାଟି ପଡ଼ିଥିବା ଦେଖିଥିଲେ ଦିଲ୍ଲୀର ୩ ଜଣ ଟ୍ରାଫିକ୍ ପୁଲିସ । ଶିଶୁକନ୍ୟାର ଅବସ୍ଥା ଦେଖି ସେମାନେ ତୁରନ୍ତୁ ପାଖରେ ଥିବା ସଫଦରଗଞ୍ଜ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହ ଅଭିଯୁକ୍ତ ମାତା-ପିତାଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Delhi: Police (Traffic) Head Constable Anil, Constable Amar Singh & Constable Parveen yesterday rescued a newborn girl from the bushes near RK Khanna Tennis Stadium at Africa Avenue Road. The baby was immediately rushed to Safdarjung Hospital & a case has been registered. pic.twitter.com/9LvhhhSCsp
— ANI (@ANI) 1 November 2018
ସୂଚନା ମୁତାବକ, ଦିଲ୍ଲୀ ଟ୍ରାଫିକ୍ ପୁଲିସର ହେଡ୍ କନେଷ୍ଟବଳ ଅନୀଲ, କନେଷ୍ଟବଳ ଅମର ସିଂହ ଏବଂ କନେଷ୍ଟବଳ ପରବୀନ ଆଫ୍ରିକା ଆଭେନ୍ୟୁ ରୋଡ଼୍ରେ ଥିବା ଆର୍କେ ଖାନ୍ନା ଟେନିସ ଷ୍ଟାଡ଼ିୟମ ପାଖରେ ଡ଼୍ୟୁଟି କରୁଥିଲେ । ସଂନ୍ଧ୍ୟା ୪ଟା ସମୟରେ ପାଖରେ ଥିବା ବୁଦାରୁ ଜଣେ ଶିଶୁର କାନ୍ଦଣା ଶୁଣି ୩ ଜଣ ସେଠାକୁ ଯିବା ପରେ କେହି ଜଣେ ନବଜାତକୁ ସେଠାରେ ଫିଙ୍ଗି ଯାଇଥିବା ଦେଖିଥିଲେ । ପାଖରେ ଶିଶୁଟିକୁ ଖାଇବା ପାଇଁ କୁକୁରମାନେ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ୩ଜଣ ଟ୍ରାଫିକ୍ ପୁଲିସ କପେଷ୍ଟବଳ ସେମାନଙ୍କୁ ଘଉଡ଼ାଇ ନବଜାତକୁ ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ । ଏବେ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଥିବା ବେଳେ ପୁଲିସ ଅଭିଯୁକ୍ତ ମାତା-ପିତାଙ୍କୁ ଖୋଜିବା ଆରମ୍ଭ କରିଛି ।