ଜାଣନ୍ତୁ କ’ଣ ପାଇଁ ରାସ୍ତା କଡ଼ରେ ଦର୍ପଣ ଧରି ଲୋକମାନଙ୍କୁ ଦେଖାଉଥିଲେ ଟ୍ରାଫିକ୍‌ ପୁଲିସ?

ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଟ୍ରାଫିକ୍‌ ଜାମ୍‌ ଏକ ବଡ଼ ସମସ୍ୟା ପାଲଟିଛି । ଏତେ ସଂଖ୍ୟକ ଗାଡ଼ିକୁ ନିୟନ୍ତ୍ରଣ କରିବା ସହ ନିୟମକୁ ସୁଚାର ରୁପେ ପାଳନ କରିବା କାଠିକର ପାଠ ହୋଇ ପଡ଼ିଛି । ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଦୁର୍ଘଟଣାର ସଂଖ୍ୟା ମଧ୍ୟ ବଢ଼ୁଛି । ଏହାକୁ ରୋକିବା ପାଇଁ ଭାରତରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ା କଡ଼ି କରାଯାଉଥିଲେ ମଧ୍ୟ କିଛି ଲୋକ ଟ୍ରାଫିକ୍‌ ନିୟମ ମାନୁ ନାହାନ୍ତି । ବାରମ୍ବାର କହି କହି ଥକି ଯିବା ପରେ ଏବେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦିଲ୍ଲୀ ପୁଲିସ ଏକ ଅଭିନବ ଉପାୟ ବାହାର କରିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଫେବୃଆରି ୪ରୁ ୧୦ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଲୋକମାନଙ୍କୁ ହେଲ୍‌ମେଟ୍‌ ବ୍ୟବହାର କରିବାକୁ କହିବା ପାଇଁ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ ଦର୍ପଣ ଧରି ରାସ୍ତା କଡ଼ରେ ଠିଆ ହୋଇଥିଲେ । ଯେଉଁ ବ୍ୟକ୍ତିଙ୍କୁ ବିନା ହେଲ୍‌ମେଟ୍‌ରେ ଦେଖୁଥିଲେ ତାଙ୍କୁ ଦର୍ପଣ ଦେଖାଇ ବିପଦର ଅସଲ ରୁପ ବିଷୟରେ ଜଣାଉଥିଲେ । ଦର୍ପଣ କେବେ ମିଛ କହେ ନାହିଁ । ସେଭଳି ଭାବରେ ହେଲ୍‌ମେଟ୍‌ ନ ପିନ୍ଧିଲେ କ’ଣ ଅବସ୍ଥା ହୋଇପାରେ ସେ ବିଷୟରେ ଦର୍ପଣ ଦେଖାଇ ଜଣାଉଥିଲେ ଟ୍ରାଫିକ୍‌ ପୁଲିସ । ଦର୍ପଣ ପଛ ପଟେ କିଛି ପ୍ଲାକାର୍ଡ଼ ରଖା ଯାଇଥିଲା,ଯେଉଁଥିରେ ହେଲ୍‌ମେଟର ଗୁରୁତ୍ୱ ବିଷୟରେ ଲେଖା ଯାଇଥିଲା । ଏବେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସଙ୍କ ଏଭଳି କାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ଲୋକଙ୍କୁ ପସନ୍ଦ ଆସୁଛି ।

ସମ୍ବନ୍ଧିତ ଖବର