ଏନ୍‌କ୍ଲୋଜର ଭିତରେ ପଶି ସିଂହ ସହ ଭାବର ଆଦାନ ପ୍ରଦାନ କଲେ ଯୁବକ, ସୋସିଆଲ ମିଡିଆରେ ଛାଇଲା ଭିଡିଓ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଚିଡିଆଖାନାରେ ଜଣେ ବିହାରୀ ଯୁବକ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚିଡିଆଖାନାକୁ ବୁଲିବାକୁ ଯାଇଥିବା ବେଳେ ହଠାତ୍‌ ସେ ସିଂହକୁ ରଖାଯାଇଥିବା ଏନ୍‌କ୍ଲୋଜର ଭିତରକୁ ଡେଇଁ ପଡ଼ିଥିଲେ । ଯୁବକଙ୍କ ଏଭଳି କାମ ସମସ୍ତଙ୍କ ଛାତି ଥରାଇ ଦେଇଥିବା ବେଳେ ଯୁବକଜଣଙ୍କ ଖୁବ୍‌ ଆରାମରେ ଯାଇ ସିଂହ ଆଗରେ ବସି ପଡ଼ିଥିଲେ । ସେ ସମୟରେ ଉପସ୍ଥିତ ଲୋକେ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ବିହାରର ରେହାନ୍‌ ଖାନ୍‌ ଚାଲି ଚାଲି ଯାଇ ଏକ ଗଛ ପାଖରେ ଯାଇ ଠିଆ ହେଉଛନ୍ତି । ଯୁବକଙ୍କୁ ଦେଖି ସିଂହଟି ତାଙ୍କ ପାଖକୁ ଆସୁଛି । କିଛି ସେକେଣ୍ଡ ଦୁହେଁ ପରସ୍ପରକୁ ଦେଖୁଛନ୍ତି । ଯାହା ପରେ ରେହାନ୍‌ ଗଛ ମୂଳରେ ବସି ପଡ଼ୁଛନ୍ତି । ସିଂହଟି ଏହା ଦେଖି ତାଙ୍କ ଉପରେ ଚଢ଼ିଯିବାରୁ ରେହାନ୍‌ ତୁରନ୍ତ ଉଠି ପଡ଼ୁଛନ୍ତି । ଠିକ୍‌ ଏହି ସମୟରେ ଚିଡିଆଖାନାର ଉଦ୍ଧାରକାରୀ ଟିମ୍‌ ସିଂହଙ୍କୁ ନିଶା ଇଞ୍ଜେକ୍ସନ ଦେଇ ରେହାନ୍‌ଙ୍କୁ ଉଦ୍ଧାର କରୁଛନ୍ତି । ଡାକ୍ତରୀ ଚିକିତ୍ସା ପରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ସ୍ପଷ୍ଟ ହେବା ସହ ତାଙ୍କୁ ଦିଲ୍ଲୀକୁ ପୁଲିସକୁ ହସ୍ତାନ୍ତର କରି ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର