୪ଲକ୍ଷ ଟଙ୍କା ଖର୍ଚ୍ଚ କରି ହନିମୁନ୍‌ ଟ୍ରିପ୍‌ ବୁକ୍‌ କରିଥିଲେ ହେଁ କୁକୁରର ଏହି କାରନାମା ପାଇଁ ବିମାନବନ୍ଦରରୁ ତଡା ଖାଇଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଇଂଲଣ୍ଡରେ ବସବାସ କରୁଥିବା ଏକ ନବବିବାହିତ ଦମ୍ପତ୍ତିଙ୍କୁ ପୋଷା କୁକୁର ପାଇଁ ହନିମୁନ୍‌ ଟ୍ରିପ୍‌କୁ ଅଧାରରୁ ରୋକିବାକୁ ପଡ଼ିଥିଲା। ଆପଣ ଭାବୁ ଥାଇ ପାରନ୍ତି କୁକୁର ପାଇଁ କିଏବା ହନିମୁନ୍‌ ଟ୍ରିପ୍‌କୁ ବାତିଲ କରିଥିବ।

ଆଜ୍ଞା ହଁ, ଇଂଲଣ୍ଡର ସଫୋକ ସହରରେ ବସବାସ କରୁଥିବା ଦମ୍ପତ୍ତି ଡେନିଏଲ ଓ ଟିୟା ଫାର୍ଥିଗଙ୍କ ବିବାହ ଗତବର୍ଷ ହୋଇଥିଲା। ଏହି ଦମ୍ପତ୍ତି ବିବାହ ପରେ ତାଙ୍କର ପ୍ରଥମ ବିବାହବାର୍ଷିକି ପାଳିବା ପାଇଁ ଯୋଜନା କରିଥିଲେ। ହନିମୁନ୍‌ ପାଇଁ ଇଣ୍ଡୋନେସିଆର ବାଲି ଦ୍ୱୀପକୁ ଯିବା ପାଇଁ ଫାଇନାଲ କରିଥିଲେ। ଏଥିପାଇଁ ଏହି ଦମ୍ପତ୍ତି ୪ହଜାର ପାଉଣ୍ଡ ଅର୍ଥାତ୍‌ ପାଖାପଖି ୪ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଟ୍ରିପ୍‌କୁ ବୁକ୍‌ କରିଥିଲେ। ଡେନିଏଲ ଓ ଟିୟା ଫାର୍ଥିଗ ୧୬ଘଣ୍ଟା କାଳ ବିମାନ ଯାତ୍ରା କରି ବାଲିରେ ପହଞ୍ଚି ଯାଇଥିଲେ, ହେଁ ବିମାନବନ୍ଦରରୁ ତାଙ୍କୁ ଫେରିବାକୁ ପଡ଼ିଥିଲା। ତେବେ ଏସବୁ ଅସୁବିଧା କାରଣ ହେଉଛି ତାଙ୍କ ପୋଷା କୁକୁର। କାରଣ ତାଙ୍କ ପୋଷା କୁକୁର ପାସ୍‌ପୋର୍ଟକୁ ଏକକୋଣରୁ ଚୋବାଇ ଖାଇ ଦେଇଥିଲା। ଖରାପ ଡକ୍ୟୁମେଣ୍ଟ ଦର୍ଶାଇ ବିମାନବନ୍ଦର କର୍ମଚାରୀ ଦମ୍ପତ୍ତିଙ୍କୁ ବିମାନବନ୍ଦରରୁ ବାହାର କରି ଦେଇଥିଲେ। ଶେଷରେ ଡେନିଏଲ ଓ ଟିୟା ଫାର୍ଥିଗଙ୍କୁ ଇଂଲଣ୍ଡ ଫେରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର