ଖାଲି ହାତରେ ୯ଫୁଟର ଆନାକୋଣ୍ଡା ଧରିଲେ ମହିଳା ଅନୁସନ୍ଧାନକାରୀ

ନୂଆଦିଲ୍ଲୀ: ଜଣେ ମହିଳା ଅନୁସନ୍ଧାନକାରୀ ଖାଲି ହାତରେ ଏକ ହଳଦୀଆ ରଙ୍ଗର ଆନାକୋଣ୍ଡା ଧରିଛନ୍ତି। ଏହି ଆନାକୋଣ୍ଡାକୁ ଦେଖିବା ପରେ ମହିଳା ଅନୁସନ୍ଧାନକାରୀଙ୍କୁ କେହି ଜଣେ ଫୋନ୍‌ ଜରିଆରେ ଖବର ଦେଇଥିଲେ। ଏହାପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହଳଦିଆ ରଙ୍ଗର ଆନାକୋଣ୍ଡାକୁ ବହୁ ସାହସିକତାର ସହ କାବୁ ନେଇଥିଲେ।

ସୂଚନାଯୋଗ୍ୟ, ଅନୁସନ୍ଧାନକାରୀ ମହିଳାଙ୍କ ନାମ ଇମଲି ସୋ। ଫଲୋରିଡାରେ ଲିୟୋନା କଣ୍ଟ୍ରି ସରିଫ ନିକଟରେ ଇମିଲି ଏକ ଅନାକୋଣ୍ଡାକୁ ଉଦ୍ଧାର କରିଛନ୍ତି। ଅନକୋଣ୍ଡାକୁ ସେ ଖାଲି ହାତରେ କାବୁ କରିବା କ୍ଷଣି ସାପଟି ତାଙ୍କ ହାତ ଚାରିପଟେ ଗୁଡ଼ାଇ ହୋଇ ଯାଇଥିଲା। ଯାହା ଆପଣ ଫଟୋ ଜରିଆରେ ଦେଖି ପାରିବେ। ଇମଲି ଆନାକେଣ୍ଡାକୁ ଧରିବା ଶୈଳୀ ଦେଖି ସମସ୍ତ ତାଙ୍କୁ ସାବାସି ଦେବା ସହିତ ପ୍ରଶଂସା କରିଛନ୍ତି।

ତେବେ ସରିଫ କାର୍ଯ୍ୟାଳୟର ଫେସ୍‌ବୁକ୍‌ ଫେଜରେ ଲେଖାଯାଇଛି, ଏହି ହଳିଦିଆ ରଙ୍ଗର ଆନାକେଣ୍ଡାକୁ କେହି ଜଣେ ପାଳିଥିଲେ। ପରେ ସାପଟିକୁ ଆଣି ଏଠାରେ ଛାଡ଼ି ଦେଇ ଯାଇଛନ୍ତି। ତେବେ ଏଭଳି କରୁଥିବା ଲୋକମାନଙ୍କୁ ଆମର ଅନୁରୋଧ ଘରେ ପାଳିଥିବା ପଶୁପକ୍ଷୀଙ୍କ ପିଞ୍ଜରାକୁ ପ୍ରତିଦିନ ଦେଖି ନିଅନ୍ତି । ତାହା ଠିକ୍‌ ଭାବେ ଦିଆଯାଇଛି କି ନାହିଁ। ଅନ୍ୟପକ୍ଷରେ ଏଭଳି ପାଳିତ ପଶୁପକ୍ଷୀଙ୍କୁ ଯଦି ଆପଣ ଆଉ ପାଳିବା ପାଇଁ ଚାହୁଁ ନାହାନ୍ତି ତେବେ ଦାୟା କରି ଏପରି ଭାବେ ବାହାରେ ଛାଡନ୍ତୁ ନାହିଁ।

ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଫଟୋକୁ ଏଯାବତ୍‌ ୩.୫ ହଜାର ଲୋକ ସେୟାର କରିସାରିଲେଣି। ୩୭୫ ହଜାର ଭ୍ୟୁ ହୋଇଛି।

ସମ୍ବନ୍ଧିତ ଖବର