ହିମାଚଳ ପ୍ରଦେଶରେ କେତେକ ଶକ୍ତିପୀଠ ରହିଛି । ଆସନ୍ତୁ ଜାଣିବା ସେଗୁଡିକ କେଉଁଠାରେ ରହିଛି ଏବଂ ଏହା କାହିଁକି ପ୍ରସିଦ୍ଧ ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରଜେଶ୍ୱରୀ ଦେବୀ:- ହିମାଚଳ ପ୍ରଦେଶର କାଙ୍ଗଡ଼ାର ନଗର କୋଟରେ ମହାମାୟା ମନ୍ଦିର ଅବସ୍ଥିତ।ଏହାକୁ ହିଁ ବ୍ରଜେଶ୍ୱର କାଙ୍ଗଡ଼ାର ନଗର କୋଟରେ ମହାମାୟା ମନ୍ଦିର ଅବସ୍ଥିତ।ଏହାକୁ ହିଁ ବ୍ରଜେଶ୍ୱର ଦେବୀଙ୍କ ମନ୍ଦିର ବୋଲି କୁହାଯାଇଥାଏ।ଏହି ମନ୍ଦିରରେ ଚତୁର୍ଭୁଜା ଦୁର୍ଗା ପ୍ରତିମା ବିଦ୍ୟମାନ।
ଚାମୁଣ୍ଡାଦେବୀ:-ହିମାଚଳ ପ୍ରଦେଶର ପାଲମାପୁର ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର।ଏକ ନଦୀ ତଟରେ ସ୍ଥିତ ଏହି ଚାମୁଣ୍ଡା ଦେବୀ ମନ୍ଦିରରେ ଦୁର୍ଗାଙ୍କ ପ୍ରତିମାକୁ ଲାଲ କପଡ଼ାରେ ଢ଼ଙ୍କା ଯାଇଥାଏ।ଏଠାକାର ଆରତୀ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଠାରୁ ଏହାର ଦୂରତ୍ୱ ପ୍ରାୟ ଛଅ ଶହ କିଲୋମିଟର।
ନୈନା ଦେବୀ:- ଏହା ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ଅବସ୍ଥିତ। କୁହାଯାଏ ଯେ, ଏଠାରେ ଦେବୀ ସତୀଙ୍କ ନେତ୍ର ପଡ଼ିଥିବାରୁ ତାଙ୍କ ନାମ ରଖାଯାଇଛି ନୈନା ଦେବୀ।ଏହା ରାଷ୍ଟ୍ରୀୟ ରାଜପଥରେ ନମ୍ବର ୨୧ କଡ଼ରେ ଅବସ୍ଥିତ ।ନୂଆଦିଲ୍ଲୀ ଠାରୁ ମନସାଦେବୀ ମନ୍ଦିରର ଦୂରତ୍ୱ ପ୍ରାୟ ୩୫୦ କିଲୋମିଟର।ଦିଲ୍ଲୀରୁ କରନାଲ୍,ଚଣ୍ଡୀଗଡ଼ ରୋପଡ଼୍ ବାଟ ଦେଇ ନୈନାଦେବୀ ମନ୍ଦିରରେ ପହଞ୍ଚବାକୁ ପଡ଼ିଥାଏ।
ଚିନ୍ତପୂର୍ଣ୍ଣା ଦେବୀ:-ଚିନ୍ତପୂର୍ଣ୍ଣ ଦେବୀ ଛିନ୍ନମସ୍ତିକା ଦେବୀଙ୍କ ନାମରେ ମଧ୍ୟ ବେଶ୍ ଖ୍ୟାତ। ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଦେବୀଙ୍କର ଏକ ଭବ୍ୟ ମନ୍ଦିର ରହିଛି।
ଜ୍ୱାଳାଦେବୀ:- ଚିନ୍ତପୂର୍ଣ୍ଣଠାରୁ ଜ୍ୱାଳାଦେବୀ ମନ୍ଦିର ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏହା କାଙ୍ଗଡ଼ା ଜିଲ୍ଲାର କାଳୀଧାର ପର୍ବତ ଉପରେ ରହିଛି। ମନ୍ଦିର ଭିତରେ ଥିବା କାନ୍ଥଗୁଡ଼ିକରୁ ଜ୍ୱାଳା ବାହାରେ , ଯାହା ସଦା ପ୍ରଜ୍ୱଳିତ ହୋଇଥାଏ।ଏହି ପବିତ୍ର ଜ୍ୱାଳାକୁ ମଧ୍ୟ ପୂଜା କରାଯାଏ।