୩୦୦ ବର୍ଷ ତଳର ସାଂକେତିକ ପତ୍ର ହେଲା ଅନୁବାଦ : ପ୍ରେତାତ୍ମା ନିର୍ଦ୍ଦେଶରେ ନନ୍‌ ଲେଖିଥିଲେ ଚିଠି !

ଦୀର୍ଘ ୩୦୦ ବର୍ଷ ପରେ ସାଂକେତିକ ଭାଷାରେ ଜଣେ ନନ୍‌ ଲେଖିଥିବା ପତ୍ରର ଅନୁବାଦ କରାଯାଇଛି। ସିସ୍‌ଲିର କନ୍‌ଭେଣ୍ଟ୍‌ରୁ ଚିଠିଟି ଉଦ୍ଧାର କରାଯାଇଛି। ସନ୍ୟାସୀନୀ ଜଣକ ସେଠାରେ ୧୫ ବର୍ଷ ବୟସରୁ ରହୁଥିଲେ ବୋଲି ଜାଣିବାକୁ ମିଳିଛି। ତେବେ ତାଙ୍କୁ ଏକ ପ୍ରେତାତ୍ମା ସବାର ହୋଇଥିବା ବେଳେ ସେ ଚିଠିଟି ଲେଖିଥିବା କୁହାଯାଉଛି।

ପତ୍ର ଲେଖିକା ସିଷ୍ଟର୍‌ ମାରିଆ କ୍ରସିଫିସିଆ ଡେଲା କନ୍‌ସୋଜିଆନ୍‌ ବିଶ୍ୱାସ କରନ୍ତି ଯେ ୧୬୭୬ ମସିହାରେ ଭୂତଟି ତାଙ୍କ ହାତକୁ ବାର୍ତ୍ତା ଲେଖିବାକୁ ବ୍ୟବହାର କରିଥିଲା।

କନ୍‌ସୋଜିଆନ୍‌ ଲେଖିଛନ୍ତି ମଣିଷ ହିଁ ଭଗବାନଙ୍କୁ ଉଦ୍ଭାବନ କରିଛନ୍ତି ଏବଂ ଏହି ପ୍ରକି୍ରୟା କାହା ପାଇଁ ବି କାମ କରୁନାହିଁ।

ପତ୍ରଟିକୁ ଅନୁବାଦ କରିଛନ୍ତି ଲୁଡୁମ୍‌ ସାଇନ୍ସ ସେଣ୍ଟର୍‌ ଅଫ୍‌ କାଟାନିଆର ବୈଜ୍ଞାନିକ। ସଂକେତ ଚିହ୍ନିବା ପାଇଁ ସେ ଗୁଇନ୍ଦା ବିଭାଗର ସଫ୍ଟେଓ୍ଵୟାର୍‌ ବ୍ୟବହାର କରିଛନ୍ତି।

ଯଦିଓ ସଂପୂର୍ଣ୍ଣ ଭାବେ ଅନୁବାଦ ହୋଇପାରି ନାହିଁ, ଯେତିକି ବି ଜାଣିବାକୁ ମିଳିଛି ଚିଠିର ବିଷୟବସ୍ତୁ ନକାରାତ୍ମକ।

‘ସତରେ କ’ଣ ନନ୍‌ ପ୍ରେତାତ୍ମାର କବଳିତ ହୋଇଥିଲେ? ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରୁଛି ଯେ ସେହି ନନ୍‌ଙ୍କର ଭଲ ଭାଷା ଜ୍ଞାନ ଥିଲା। ଯେଉଁଥିପାଇଁ କି ସେ ସଂକେତ ବ୍ୟବହାର କରିପାରିଛନ୍ତିି। ସେ ହୁଏତ ଏକ ପ୍ରକାର ପାଗଳପଣର ଶିକାର ହୋଇଥିଲେ। ଯେଉଁଥିପାଇଁ କି ସେ ସୈତାନକୁ ଚିନ୍ତା କରି ଚିଠି ଲେଖିପାରିଛନ୍ତି’, ସେଣ୍ଟର୍‌ ଡାନିଏଲ୍‌ର ଡାକ୍ତର ଗଣମାଧ୍ୟମରେ କହିଛନ୍ତି।

 

 

 

 

ସମ୍ବନ୍ଧିତ ଖବର