ଅଜବ ପରମ୍ପରା : ମନୋସ୍କାମନା ପୂର୍ଣ୍ଣ ହେ‌ଲା ପରେ ଏହି ମନ୍ଦିିରରେ ଚଢ଼ାଯାଏ ଜୋତା-ଚପଲ!

ଆମ ଦେଶରେ ଏମିତି ମନ୍ଦିର ଅଛି ଯେଉଁଠି ମନୋସ୍କାମନା ପୂର୍ଣ୍ଣ ହେଲା ପରେ ମନ୍ଦିିରରେ ଚଢ଼ାଯାଏ ଜୋତା-ଚପଲ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ମନ୍ଦିର ହେଉଛି ଭୋପାଳର କୋଲାର ସ୍ଥିତ ଜୀଜାବାଇ ମନ୍ଦିର ଓ କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାର ଲକମ୍ମା ମନ୍ଦିର ।

ଭୋପାଳ ସ୍ଥିତ ଜୀଜାବାଇ ମନ୍ଦିର ଏକ ପାହାଡ ଉପରେ ଅଛି । ଏହି ମନ୍ଦିରକୁ ସିଦ୍ଧିଦାତ୍ରୀ ପାହାଡ ମାତାର ମନ୍ଦିର କୁହାଯାଏ । ଏଠି ଦେବୀଙ୍କୁ ନୂଆ ନୂଆ ଚପଲ ଓ ସ୍ୟାଣ୍ଡଲ ଚଢ଼ାଯାଏ । ଏହି ମନ୍ଦିରର ପୂଜାରୀ ଦେବୀ ମାଆଙ୍କ ପୂଜା ଓ ରକ୍ଷଣାବେକ୍ଷଣ ମାତା ରୂପରେ ନୁହେଁ ବରଂ ଝିଅ ରୂପରେ କରନ୍ତି । ସୂଚନା ମୁତାବକ, ଶିବ-ପାର୍ବତୀ ବିବାହର ଆୟୋଜନ କରିବା ସମୟରେ ପୂଜାରୀ ମାଆ ପାର୍ବତୀଙ୍କ କନ୍ୟାଦାନ କରିଥିଲେ । ସେବେଠାରୁ ସେ ଦେବୀ ମାଆଙ୍କ ସେବା ଝିଅ ଭାବେ କରିବାକୁ ଲାଗିଲେ । ଏହି ମନ୍ଦିରେ ଚଢ଼ାଯାଉଥିବା ଚପଲ ଓ ସ୍ୟାଣ୍ଡଲ ଯେତେବେଳେ ଅଧିକ ସଂଖ୍ୟାରେ ଏକତ୍ର ହୋଇଯାଏ । ତେବେ ପୂଜାରୀ ସେଗୁଡାକୁ ପ୍ରସାଦ ଭାବେ ମାଆଙ୍କ ଭକ୍ତଙ୍କୁ ବାଂଟି ଦିଆଯାଏ । ଏଠି ବିଶ୍ୱାସ ଅଛି ଯେ, ମାଆଙ୍କୁ ନିଷ୍ଠା ମନରେ ଡାକିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଇଚ୍ଛା ପୂର୍ତ୍ତି ହେବା ପରେ ଭକ୍ତ ମାଆଙ୍କ ମନ୍ଦିରରେ ଭେଟ ସ୍ୱରୂପ ଚପଲ ଚଢ଼ାଯାଏ।

ଲକମ୍ମା ଦେବୀ ମନ୍ଦିର କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ସ୍ଥିତ । ଏହି ମନ୍ଦିରକୁ ବହୁତ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମନୋସ୍କାମନା ପୂରଣ ସକାଶେ ଆସନ୍ତି । ଏବଂ ନିଜ ପ୍ରାର୍ଥନା ସ୍ୱୀକାର ହେବା ପରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ଗଛରେ ଜୋତା-ଚପଲ-ସ୍ୟାଣ୍ଡଲ ବନ୍ଧାଯାଏ । ଏହି ମନ୍ଦିରରେ ମାଆଙ୍କୁ ଏଥିପାଇଁ ଜୋତା-ଚପଲ ଚଢ଼ାଯାଏ, ମାଆ ତାକୁ ପିନ୍ଧି ରାତିରେ ପ୍ରତ୍ୟେକ ଜାଗା ଭ୍ରମଣ କରନ୍ତି ଓ ଭକ୍ତଙ୍କ ରକ୍ଷା କରନ୍ତି । ଦୀପାବଳୀ ପରେ ଏହି ମନ୍ଦିରରେ ଫୁଟୱେର ଫେଷ୍ଟିଭାଲର ଆୟୋଜନ କରାଯାଏ ।

 

ସମ୍ବନ୍ଧିତ ଖବର