ରାହୁଲ ଗାନ୍ଧି ଯେଉଁ ଢ଼ାବାରେ ପକୁଡ଼ି ଖାଇଥିଲେ ତାହା କାହିଁକି ବନ୍ଦ ହୋଇଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତବର୍ଷ ଫେବ୍ରୁଆରିରେ କର୍ଣ୍ଣାଟକଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସିଥିବା ସମୟରେ ରୟଚୁରସ୍ଥିତ ହାଇେଓ୍ଵ ପାାର୍ଶ୍ୱରେ ଥିବା ଏକ ଢ଼ାବାରେ ପକୁଡି ଖାଇଥିଲେ। ସେହି ଢ଼ାବା ଏବେ କିଛିଦିନ ହେବ ବନ୍ଦ ହୋଇଯାଇଛି। ତେବେ ଏହି ଢ଼ାବା କାହିଁକି ଓ କେଉଁ କାରଣ ପାଇଁ ବନ୍ଦ ହୋଇଗଲା ତାହାକୁ ନେଇ ଏବେ ଚର୍ଚ୍ଚାର ଜୋର ଧରିଛି।

କଥାଟି ହେଉଛି ଏପରି, ଚଳିତବର୍ଷ ଫେବ୍ରୁଆରି ୧୨ରେ ରାହୁଲ ଗାନ୍ଧି କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ କର୍ଣ୍ଣାଟକଗସ୍ତରେ ଆସିଥିଲେ। ସେ ରାୟଚୁର ହାଇେଓ୍ଵ ପାର୍ଶ୍ୱରେ ବସି ଏକ ଢ଼ାବାରେ ଲଙ୍କା ପକୁଡି ଖାଇଥିଲେ। ଢ଼ାବା ମାଲିକ ଖୁବ୍‌ ଖୁସିରେ ରାହୁଲଙ୍କୁ ସ୍ୱାଗତ କରି ପକୁଡ଼ି ଖାଇବାକୁ ଦେଇଥିଲେ। ସେହି ଢ଼ାବା ଏବେ ୧୫ଦିନ ପାଇଁ ବନ୍ଦ ହୋଇଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି କି ଏହି ଢ଼ାବା କାହିଁକି ବନ୍ଦ ହୋଇଯାଇଛି। ତେବେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଏହି ଢ଼ାବା ମାଲିଙ୍କ ଘରେ ବିବାହ ଉତ୍ସବ ଅଛି। ସେଥିପାଇଁ ଏହି ଢ଼ାବା ୧୫ଦିନ ପାଇଁ ବନ୍ଦ ରହିଛି।

ତେବେ ଏହାକୁ ନେଇ ତାଙ୍କ ପାଖଆଖର ଲୋକମାନେ ଢ଼ାବା ମାଲିକଙ୍କୁ ନେଇ ମଜାକ୍‌ କରୁଛନ୍ତି କି ଯେବେଠାରୁ ରାହୁଲ ତାଙ୍କ ଢ଼ାବାରେ ଖାଇଛନ୍ତି ସେବେଠାରୁ ଢ଼ାବା ବନ୍ଦ ହୋଇଯାଇଛି।

ତେବେ ଏହି ଘଟଣାକୁ ନେଇ ଢ଼ାବା ମାଲିକ କହନ୍ତି, ‘ରହୁଲ ମୋ ଦୋକାନକୁ ଆସିବା ପରେ ମୁଁ ବହୁତ ଖୁସି ହୋଇଯାଇଥିଲି। ରାହୁଲ ଆଉ ଥରେ ମୋ ଦୋକାନକୁ ଆସିଲେ ଗରମ ଚା’ ସହିତ ଗରମ ପକୁଡି ଖାଇବାକୁ ଦେବି।’

ସମ୍ବନ୍ଧିତ ଖବର