ଆସନ୍ତାକାଲି ଧନତେରସ୍‌: ଜାଣନ୍ତୁ ଶୁଭ ସମୟ ଏବଂ ପୂଜା ବିଧି

ଦୀପାବଳିର ଦୁଇ ଦିନ ପୂର୍ବରୁ ପଡ଼େ ଧନତେରସ । କୁହାଯାଏ ଯେ ସାଗର ମନ୍ଥନରୁ ଏହି ଦିନ ଭଗବାନ ଧନ୍ଵନ୍ତରୀଙ୍କର ଆବିର୍ଭାବ ଘଟିଥିଲା। ଯେଉଁ ସମୟରେ ଭଗବାନ ଧନ୍ଵନ୍ତରୀଙ୍କର ଆବିର୍ଭାବ ଘଟିଥିଲା,ସେହି ସମୟରେ ତାଙ୍କ ହାତରେ ଅମୃତ କଳସ ଥିଲା ବୋଲି କୁହାଯାଏ। ଭଗବାନ ଧନ୍ଵନ୍ତରୀ ହେଉଛନ୍ତି ଅସ୍ଥିଶଲ୍ୟ ଚିକିତ୍ସାର ଦେବତା। ସେ ଖୁବ୍‌ ପିତ୍ତଳ ଧାତୁପ୍ରିୟ ହୋଇଥିବା ହେତୁ ଧନତେରସ ଦିନ ପାତ୍ର କଣାଯିବାର ପରମ୍ପରା ରହିଛି। ତ୍ରୟୋଦଶୀ ତିଥିର ଦୁଇ ଦିନ ପରେ ମାତା ମହାଲକ୍ଷ୍ମୀ ବି ସାଗର ମନ୍ଥନରୁ ପ୍ରକଟ ହୋଇଥିଲେ ।

photo-amarujala

ପ୍ରତି ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପଡ଼ିଥାଏ। ଚଳିତ ବର୍ଷ ଧନତେରସ୍‌ ଆସନ୍ତାକାଲି ପଡ଼ୁଛି। ତେବେ ଧନତେରସ୍‌ର ଶୁଭ ସମୟ ହେଲା ସନ୍ଧ୍ୟା ୭ଟା ୧୯ରୁ ସନ୍ଧ୍ୟା ୮ଟା ୧୭ ମିନିଟ୍‌। ଏହି ସମୟ ଭିତରେ ସୁନା,ଚାନ୍ଦି ଭଳି ସାମଗ୍ରୀ କିଣିବା ଶୁଭ ବୋଲି କୁହାଯାଉଛି। ମାଆ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ଏଭଳି କିଣାକିଣି କରିଲେ ଅଧିକ ଭଲ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।ଏହି ଦିନ ନିମ୍ନୋକ୍ତ ଉପାୟ ଅବଲମ୍ବନ କରିଲେ ବର୍ଷ ସାରା ଧନାଭାବ ରହିବ ନାହଁ ବୋଲି ବିଶ୍ୱାସ ରହିଛି ।

ପ୍ରତି ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପଡ଼ିଥାଏ। ଚଳିତ ବର୍ଷ ଧନତେରସ୍‌ ଆସନ୍ତାକାଲି ପଡ଼ୁଛି। ତେବେ ଧନତେରସ୍‌ର ଶୁଭ ସମୟ ହେଲା ସନ୍ଧ୍ୟା ୭ଟା ୧୯ରୁ ସନ୍ଧ୍ୟା ୮ଟା ୧୭ ମିନିଟ୍‌। ଏହି ସମୟ ଭିତରେ ସୁନା,ଚାନ୍ଦି ଭଳି ସାମଗ୍ରୀ କିଣିବା ଶୁଭ ବୋଲି କୁହାଯାଉଛି।

ଏହି ଦିନ ସୁନା,ଚାନ୍ଦି କିଣିବା ଶୁଭ ବୋଲି କୁହାଯାଏ । ଏହି ଦିନ ଭୋଜନ ପ୍ରସ୍ତୁତ କରିବା ପରେ ପ୍ରଥମେ ଗୋମାତାଙ୍କୁ ଦେଲେ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବଢ଼ୋ ଏହି ଦିନ ମାତା ଲକ୍ଷ୍ମୀଙ୍କ ପୂଜନ ସମୟରେ ଗୋଟିଏ ଲବଙ୍ଗ ଦେବାକୁ ଭୁଲନ୍ତୁ ନାହିାଁ ସେହି ଦିନ ପୂଜାର୍ଚ୍ଚନା ସମୟରେ ଏକ ଦକ୍ଷିଣାବର୍ତୀ ଶଙ୍ଖର ଉପଯୋଗ କରନ୍ତୁା ପୂଜା ପୂର୍ବରୁ ଏବଂ ପରେ ଉପସ୍ଥିତ ସମସ୍ତ ଲୋକଙ୍କ ଉପରେ ସେଥିରେ ଜଳ ନେଇ ସିଞ୍ଚନ କରନ୍ତୁ । ଧନତେରସ ଦିନ ଚାଉଳ, ଧଳା କପଡ଼ା ଏବଂ ଅଟା ଆଦି ଦାନ କରିବା ମଧ୍ୟ ଶୁଭପ୍ରଦ ।ଏହି ଦିନ ଗରିବ,ଦୁଃଖୀ ବା ରୋଗୀକୁ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହାୟତା କରିଲେ ଖୁବ୍‌ ଭଲ । ସେହି ଦିନ କୌଣସି ମନ୍ଦିରକୁ ଯାଇ କଦଳୀ ଗଛ ଲଗାଇବାର ବିଧି ମଧ୍ୟ ରହିଛି । ତେବେ ତା ସହିତ ଏକ ସୁଗନ୍ଧିତ ବୃକ୍ଷ ବି ଲଗାଇବାକୁ ଭୁଲନ୍ତୁ ନାହିଁ ।

photo-amarujala

ଧନତେରସ ଦିନ ମାଟିର ହାତୀ ଏବଂ ଭଗବାନ ଧନ୍ଵନ୍ତରୀଙ୍କ ମୂର୍ତ୍ତି ରଖି ପୂଜା କରିଲେ ଖୁବ୍‌ ଭଲ ବୋଲି କୁହାଯାଏ। ପିତଳ ବା ତମ୍ବାର ଆଚମନୀ ଜଳରେ ଭଗବାନ ଗଣେଶଙ୍କୁ ପୂଜା କରିବାର ମଧ୍ୟ ବିଧି ରହିଛି। ଏହି ଦିନ ଅନେକ ଲୋକ ଏକସଙ୍ଗେ ଭଗବାନ ଗଣେଶ ଏବଂ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି। ଠିକ୍‌ ସେହିପରି ହାତରେ ଅକ୍ଷତ ପୁଷ୍ପ ନେଇ ଭଗବାନ ଧନ୍ଵନ୍ତରୀଙ୍କ ଧ୍ୟାନ କରିବାର ବି ବିଧି ରହିଛି। ଠିକ୍‌ ସେହିପରି ପରିବାରର କୌଣସି ସଦସ୍ୟଙ୍କର ଅକାଳ ବିୟୋଗ ଯେପରି ନଘଟେ ଏହାର ପ୍ରତିକାର ନିମିତ୍ତ ଘର ବାହାରେ ଧନତେରସ ଦିନ ଭଗବାନ ଯମରାଜଙ୍କ ଉଦ୍ଦେଶ୍ୟରେ ରାତିରେ ପ୍ରଦୀପ ପ୍ରଜ୍ଜ୍ୱଳନର ପରମ୍ପରା ବି ରହିଛି।

ସମ୍ବନ୍ଧିତ ଖବର