ଭାରତର ସବୁଠାରୁ ଧନୀ ଗାଆଁରେ କ’ଣ ନ ଅଛି ! ଗାଆଁ ଲୋକଙ୍କ ଜମା ଖାତାରେ ରହିଛି ହଜାରେ କୋଟି ଟଙ୍କା

ଗାନ୍ଧୀନଗର: ଭାରତର ସବୁଠାରୁ ଧନୀ ଗାଆଁ ବୋଲି ଗୁଜୁରାଟର ‘ଧର୍ମଜ’କୁ କୁହାଯାଇଛି। ଏହି ଗାଆଁର ପ୍ରତି ଘରୁ ଜଣେ ଲୋକ ବିଦେଶରେ କାମ କରୁଛନ୍ତି। ପ୍ରତି ପରିବାରରେ ଜଣେ ଚାଷବାସ କରନ୍ତି। ଖାଲି ସେତିକି ନୁହେଁ,ଗାଆଁରେ ମର୍ସିଡିଜ୍‌,ବିଏମ୍‌ଡବ୍ଲୁ ଭଳି ଦାମୀ କାର ଦେଖିବାକୁ ମିଳେ। ଗାଆଁର ଛକରେ ହାଇଫାଇ ରେସ୍ତୁରାଁ ବି ଅଛି।
ଏହି ଗାଆଁ ଗୁଜୁରାଟର ଆଣନ୍ଦ ଜିଲ୍ଲାରେ ଅବସ୍ଥିତ। ଆଣନ୍ଦକୁ ଏନ ଆର ଆଇଙ୍କ ଗାଆଁ ବୋଲି ବି କୁହାଯାଏ। ଏହି ଗାଆଁର ନିଜର ଓ୍ଵବସାଇଟ୍‌ ମଧ୍ୟ ଅଛି। ଏହି ଗାଆଁର ପ୍ରାୟ ୧୫୦୦ ପରିବାର ବ୍ରିଟେନରେ,୩୦୦ ଆମେରିକାରେ ଓ ୨୦୦ ପରିବାର କାନାଡାରେ ରହୁଛନ୍ତି।

 

ଏଇ ଗାଆଁରେ ଡଜନେରୁ ଅଧିକ ବ୍ୟାଙ୍କ୍‌ ଓ ବେସରକାରୀ ସ୍କୁଲ ମଧ୍ୟ ରହିଛି। ଏହି ଗାଆଁରେ ଡଜନରୁ ଅଧିକ ବ୍ୟାଙ୍କ ଓ ବେସରକାରୀ ସ୍କୁଲ ମଧ୍ୟ ରହିଛି। ଏହି ଗାଆଁର ଲୋକଙ୍କ ଜମା ଖାତାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଜମା ରହିଛି। ଗାଆଁରେ ହାଇଫାଇ ବିଉଟି ପାର୍ଲର ଓ ନାମୀ ରେସ୍ତୁରାଁ ବି ଅଛି। ଏଠାରେ ୧୨ ହଜାର ଲୋକ ବସବାସ କରନ୍ତି। ପ୍ରତି ଗ୍ରାମବାସୀଙ୍କର ସୁଉଚ୍ଚ ଅଟ୍ଟାଳିକା ଅଛି , ଯାହାକୁଦେଖିଲେ ଲାଗିବ ଆପଣ ସହରରେ ଅଛନ୍ତି। ସେହି ଗାଆଁରେ ସୁଇମିଂପୁଲ ବି ଅଛି। ଏହି ଗାଆଁରେ ବ୍ରାହ୍ମଣ,ବଣିଆ ଓ ଦଳିତ ଜାତିର ଲୋକ ଅଛନ୍ତି। ଗ୍ରାମବାସୀମାନେ ଗାଆଁର ବିକାଶ କରିଛନ୍ତି ।

ସମ୍ବନ୍ଧିତ ଖବର