୪ପ୍ରକାର ରଙ୍ଗ ହୋଇଥାଏ ଟ୍ରେନର କୋଚ୍‌, ଆସନ୍ତୁ ଜାଣିବା କେଉଁ ରଙ୍ଗର କୋଚ୍‌ କ’ଣ ସୂଚାଏ?

ଭାରତୀୟ ରେଳ ଆଜି ଏସିଆ ମହାଦେଶର ସବୁଠାରୁ ବଡ଼ ରେଳ ନେଟ୍‌ଓ୍ଵାର୍କ ବୋଲି ଜଣା ଯାଉଛି । ସମୟ ସହିତ ଭାରତୀୟ ରେଳରେ ଅନେକ ପ୍ରକାରର ପରିବର୍ତ୍ତନ ଅଣାଯାଉଥିବା ବେଳେ ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଉଛି ।
ତେବେ ଟ୍ରେନ୍‌ ଯାତ୍ରା କରୁଥିବା ବେଳେ ବା ଷ୍ଟେସନରେ ଥିବା ବେଳେ ଆପଣମାନେ ଦେଖୁଥିବେ କି ଟ୍ରେନ୍‌ରେ ଲାଗିଥିବା କୋଚ୍‌ଗୁଡ଼କର ରଙ୍ଗ ଅଲଗା ଅଲଗା ହୋଇଥାଏ । କେବେ ଭାବିଛନ୍ତି କି? କ’ଣ ପାଇଁ ଟ୍ରେନ୍‌ରେ ଥିବା କୋଚ୍‌ ଗୁଡ଼ିକ ରଙ୍ଗ ଅଲଗା କରାଯାଇଥାଏ । ଯଦି ନାଁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ…
୧. ଟ୍ରେନ୍‌ର ବଗିଗୁଡ଼ିକୁ ନୀଳ ବା ଲାଲ ରଙ୍ଗ ଦିଆ ଯାଇଥିଲେ ଏହି ବଗି ଗୁଡ଼ିକ ଏୟାର କଣ୍ଡିସନର ହୋଇଥିବା ସହ ଏହାକୁ ମେଲ ଏକ୍ସପ୍ରେସ ବା ସୁପରଫାଷ୍ଟ ଟ୍ରେନ୍‌ରେ ଲଗା ଯାଇଥାଏ ।

shri sangam tour services pvt.ltd

୨. ଏସି ଟ୍ରେନ୍‌ର ପ୍ରାୟ ସବୁ କୋଚ୍‌ ଏୟାର କଣ୍ଡିସନର ହୋଇଥିବା ବେଳେ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନର ରଙ୍ଗ ଲାଲ ହୋଇଥାଏ ।

The Indian Express

୩. ଗରିବ ରଥ ଟ୍ରେନ୍‌ରେ ଅଧିକ କୋଚ୍‌ର ରଙ୍ଗ ସବୁଜ ହୋଇଥାଏ । ଭାରତୀୟ ରେଳ ଯେତିକି ବି ଗରିବ ରଥ ଟ୍ରେନର ଶୁଭାରମ୍ଭ କରିଛନ୍ତି ସେ ସବୁ ଟ୍ରେନର ରଙ୍ଗ ସବୁଜ ରଖା ଯାଇଛି ।

Fottams!

୪. ଧୂସର ରଙ୍ଗ କୋଚ୍‌ ସାଧାରଣତଃ ମିଟର ଗଜ୍‌ ଲାଇନ୍‌ ପାଇଁ ପ୍ରସ୍ତୁତ ହୋଇଥାଏ ।

YouTube
ସମ୍ବନ୍ଧିତ ଖବର