ଅଦ୍ଭୁତ ବିଶ୍ୱାସ ! ଏହି ମନ୍ଦିର ଚଟାଣରେ ଏକ ରାତି ଶୋଇବା ପରେ ମହିଳା ହୋଇଥାନ୍ତି ଗର୍ଭବତୀ

ମଣ୍ଡି : ଭାରତର ପ୍ରାୟ ପ୍ରତି ସ୍ଥାନରେ ଦେଖିବାକୁ ମିଳିଥାଏ ବିଭିନ୍ନ ଦେବଦେବୀଙ୍କ ମନ୍ଦିର । ଏଣୁ ଭଗବାନଙ୍କ ଆରାଧନାଠାରୁ ଆରମ୍ଭ କରି ତାଙ୍କୁ ନେଇ ଅନେକ ପ୍ରକାରର ଅନ୍ଧବିଶ୍ୱାସ ଦେଖିବାକୁ ମିଳିଥାଏ । ସେହିପରି ଏକ ମନ୍ଦିର ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ମାନ୍ୟତା ଅନୁଯାୟୀ, ଯେଉଁ ମହିଳାଙ୍କର ସନ୍ତାନ ହେଉନଥାଏ ସେମାନେ ଏହି ମନ୍ଦିରକୁ ଆସି ଏକ ରାତି ଶୋଇବା ଦ୍ୱାରା ଗର୍ଭବତୀ ହୋଇଥାନ୍ତି । ଆସନ୍ତୁ ଜାଣିବା ମନ୍ଦିରର କ’ଣ ରହିଛି ମାନ୍ୟତା ।

Jogindernagar.com

ସାଧାରଣତଃ ସନ୍ତାନ ପ୍ରାପ୍ତି ପାଇଁ ଉଦ୍ଭୟ ମହିଳା ଏବଂ ପୁରୁଷଙ୍କର ସମାନ ଭାଗିଦାରୀ ରହିଥାଏ । ତେବେ ଡ଼ାକ୍ତରୀ ବିଜ୍ଞାନ ଅନୁଯାୟୀ , ଶୁକ୍ରାଣୁ ସମସ୍ୟା ଯୋଗୁଁ ମହିଳା ନିଃସନ୍ତାନ ହୋଇଥାନ୍ତି । ତେବେ ହିମାଚଳ ପ୍ରଦେଶର ମଣ୍ଡିଠାରେ ରହିଛି ଏପରି ଏକ ମନ୍ଦିର ଯେଉଁଠାକୁ ଯାଇ ମହିଳା ଗର୍ଭବତୀ ହେଉଛନ୍ତି । ଏହି ମନ୍ଦିରରେ ପୂଜିତା ସୀମସା ଦେବୀ ସନ୍ତାନ ଦାତ୍ରୀ ଭାବେ ଜଣାଯାଆନ୍ତି । କାରଣ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ନିଃସନ୍ତାନ ମହିଳା ଏହି ମନ୍ଦିରର ଚଟାଣରେ ଏକ ରାତ୍ରୀ ଯାପନ ଦ୍ୱାରା ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଥିପାଇଁ ପ୍ରତିବର୍ଷ ନବରାତ୍ରୀ ସମୟରେ ହିମାଚଳର ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିୟାନାରୁ ବହୁସଂଖ୍ୟାରେ ମହିଳା ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ରାତ୍ରିଯାପନ ଲାଗି ଆସିଥାନ୍ତି ।

Firkee

ପ୍ରତି ବର୍ଷ ବହୁ ସଂଖ୍ୟାରେ ଦମ୍ପତି ସନ୍ତାନ ପ୍ରାପ୍ତି ଆଶାରେ ମନ୍ଦିରକୁ ଆସିଥାନ୍ତି । ନବରାତ୍ରୀ ସମୟରେ ଏଠାରେ ଏକ ପ୍ରକାରର ବିଶେଷ ଉତ୍ସବ ହୋଇଥାଏ ଯାହାକୁ ସ୍ଥାନୀୟ ଭାଷାରେ ସାଲିନ୍ଦରା କୁହାଯାଇଥାଏ । ସାଲିନ୍ଦରା ଅର୍ଥ ସ୍ୱପ୍ନ ଆସିବା । ସନ୍ତାନ ପ୍ରାପ୍ତି ପାଇଁ ଆସିଥିବା ମହିଳା ମନ୍ଦିରରେ ଶୋଇଥାନ୍ତି ଏବଂ ତାଙ୍କୁ କିଛି ସ୍ୱପ୍ନ ଆସିଥାଏ । ଯାହା ଦ୍ୱାରା ତାଙ୍କର ସନ୍ତାନ ହେବା ସହ ସନ୍ତାନର ଲିଙ୍ଗ ବିଷୟରେ ଜଣାପଡ଼ିଥାଏ । ମାନ୍ୟତା ଅନୁଯାୟୀ , ମହିଳାଙ୍କୁ ବିଭିନ୍ନ ପ୍ରକାରର ଫଳମୂଳର ସ୍ୱପ୍ନ ଆସିଥାଏ ଯାହା ଦ୍ୱାରା ସନ୍ତାନ ବିଷୟରେ ଜଣାପଡ଼ିଥାଏ । ଯେପରିକି, ଅମୃତଭଣ୍ଡା ସ୍ୱପ୍ନ ଦେଖିଥିବା ମହିଳାଙ୍କୁ ପୁତ୍ର ପ୍ରାପ୍ତ ହୋଇଥିବା ବେଳେ ସ୍ୱପ୍ନରେ ଭେଣ୍ଡି ଦେଖାଯାଇଥିଲେ କନ୍ୟା ପ୍ରାପ୍ତି ହୁଏ । ଯେଉଁ ମହିଳାଙ୍କର ସନ୍ତାନ ହେବ ନାହିଁ ତାଙ୍କର ସ୍ୱପ୍ନରେ ପଥର , ବାଡ଼ି ଭଳି ଧାତୁ ନଜର ଆସିଥାଏ । ତେବେ ଆଶ୍ଚର୍ଯ୍ୟକର କଥା ଏହି ମନ୍ଦିରକୁ ଆସିଥିବା ସମସ୍ତ ମହିଳାଙ୍କ ସ୍ୱପ୍ନ ଅନୁଯାୟୀ ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।

ସମ୍ବନ୍ଧିତ ଖବର