ଏୟାର ହୋଷ୍ଟେସମାନଙ୍କୁ ପାରଙ୍ଗମ କରିବା ଲାଗି ଏଭଳି ଟ୍ରେନିଙ୍ଗ ଦିଏ ଚୀନ

ବିଦେଶ ଯାତ୍ରା କରୁଥିବା ବେଳେ ଚୀନର ଏୟାର ହୋଷ୍ଟେସମାନଙ୍କୁ ଦେଖିଥିବେ ନିଶ୍ଚୟ । ସେମାନେ ତାଙ୍କର ସୁନ୍ଦର ହସ ସହ ଚାଲିଚଳଣିିକୁ ନେଇ ଖୁବ୍‌ ପରିଚିତ । କିନ୍ତୁ ଏ ସବୁ କରିବା ପାଇଁ ସେମାନଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏୟାର ହୋଷ୍ଟେସମାନଙ୍କୁ ଚୀନ କିପରି ଟ୍ରେନିଙ୍ଗ୍‌ ଦେଇଥାଏ ।
୧. ଟ୍ରେନିଙ୍ଗର ଆରମ୍ଭ ଦିନରେ ମହିଳାମାନଙ୍କୁ ଦାନ୍ତରେ ଚପ୍‌ଷ୍ଟିକ୍‌ ଏବଂ ମୁଣ୍ଡରେ ମାଗାଜିନ ରଖି ଚାଲିବାକୁ କୁହା ଯାଇଥାଏ । ଏପରି କରିବା ଦ୍ୱାରା ସେମାନଙ୍କ ଶରୀରରେ ଠିକ୍‌ ଭାବରେ ଚାଲିବାର ଶୈଳୀ ଆସିଥାଏ ।

brightside.me

୨.ଏହା ସହ ତାଙ୍କ ମୁଣ୍ଡରେ କାଚ ବୋତଲ ରଖାଯାଏ । ସେମାନେ କେତେ ସମୟ ଧରି ବୋତଲକୁ ନିୟନ୍ତ୍ରଣ କରି ରଖି ପାରୁଛନ୍ତି ତାହା ଦେଖା ଯାଇଥାଏ ।

brightside.me

୩. ଏକ ପତଳା ପେପରକୁ ଏୟାର ହୋଷ୍ଟେସଙ୍କ ଗୋଡ଼ ମଝିରେ ରଖାଯାଏ । ଠିକ୍‌ ଭାବରେ ଠିଆ ହେବା ପାଇଁ ଏଭଳି କରାଯାଇଥାଏ ବୋଲି ଜଣା ପଡ଼ିଛି ।

brightside.me

୪.ନିଜର ସୁରକ୍ଷା ହେଉଛି ସବୁଠାରୁ ବଡ଼ କାମ । ନିଜର ସୁରକ୍ଷା କରିବା ସହ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଚୀନରେ ଏୟାର ହୋଷ୍ଟେସମାନଙ୍କୁ ମାର୍ସଲ ଆର୍ଟ ପ୍ରଶିକ୍ଷଣ ଦିଆ ଯାଇଥାଏ । ଅଚାନକ କିଛି ଘଟିଲେ ଯାତ୍ରୀମାନଙ୍କୁ ସେମାନେ ରକ୍ଷା କରି ପାରିବା ପାଇଁ ସେମାନଙ୍କୁ ଏହି ଶିକ୍ଷା ଦିଆ ଯାଇଥାଏ । ମାର୍ସଲ ଆର୍ଟ ଟ୍ରେନିଙ୍ଗରେ ମାଟିର ପ୍ଲେଟ୍‌କୁ ଗୋଟେ ହାତରେ ଭାଙ୍ଗିବାକୁ ଦିଆ ଯାଇଥାଏ । ଯାହାଦ୍ୱାରା ସେମାନେ ଶକ୍ତ ହୋଇଥାଆନ୍ତି ।

brightside.me
ସମ୍ବନ୍ଧିତ ଖବର