ଅାଶ୍ଚର୍ଯ୍ୟ ହେଲେ ବି ସତ ! ଓଠରେ ମୋବାଇଲ ରିଚାର୍ଜ କରି ପରିବାର ଚଳାଉଛନ୍ତି ଏହି ଦିବ୍ୟାଙ୍ଗ ଯୁବକ

0 3,131

ବରଗଡ :  ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ ଅଭିଶାପ ପାଲଟିଯାଏ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । କିନ୍ତୁ ଏପରି କିଛି ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ ଉଦଯୋଗୀ। ନିଜ ଉଦ୍ୟମ ବଳରେ ଅନ୍ୟମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରମାଣ କରିଥାନ୍ତି। ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ଏପରି ଜଣେ ଦିବ୍ୟାଙ୍ଗ ହେଉଛନ୍ତି ବରଗଡର କମଳ ସାହୁ ।

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ନିଜେ ନିଜେ ଠିଆ ହେବା ତ ଦୂରର କଥା ବସିବା ବି ବଡ କଷ୍ଟ । ତଥାପି ନିଜ କାନ୍ଧରେ ବୋହିଛନ୍ତି ପରିବାରର ଆର୍ଥିକ ବୋଝ । ବରଗଡ ସଦର ବ୍ଲକ ବିରମାଳ ଗାଁର ଦିବ୍ୟାଙ୍ଗ ଯୁବକ କମଳ ସାହୁ । ଜନ୍ମରୁ କମଳ ଖଟିଆରେ ଶୋଇ ରହି ନିଜ ଓଠ ସାହାଯ୍ୟରେ କରୁଛନ୍ତି ମୋବାଇଲ୍ ରିଚାର୍ଜ । ଅତି ସହଜରେ ଓଠ ଦ୍ୱାରା ନମ୍ବର ଡାଏଲ କରି ମାସକୁ ପ୍ରାୟ ୧ ଲକ୍ଷ ଟଙ୍କାର ରିଚାର୍ଜ କରୁଛନ୍ତି ।

ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନିତ ମଧ୍ୟ କରାଯାଇଛି । ଆଗକୁ ଗୋଟିଏ ମୋବାଇଲ ଦୋକାନ କରି ସ୍ୱାବଲମ୍ବୀ ହେବା ପାଇଁ ଉଦ୍ଦେଶ୍ୟ ରଖିଥିବା କମଳ ସରକାରୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.