କେବେ ଥିଲେ ସେଲ୍ସମ୍ୟାନ ଆଜି ଭାରତର ସବୁଠାରୁ ଦାମୀ ଗାଡ଼ି କମ୍ପାନିର ନିର୍ଦ୍ଦେଶକ

ନୂଆଦିଲ୍ଲୀ : ସଫଳତା ପାଇଁ କିଛି ନିର୍ଦ୍ଦିଷ୍ଟ ଫରମୂଲା ରହିନାହିଁ । ଏଣୁ କାହାର କଥା ଏବଂ ପଥକୁ ଅନୁସରଣ କରି କିଏ କେବେ ସଫଳ ହୋଇ ପାରିନାହାନ୍ତି । ହଁ ,ଏହା ସତ କଥା କି କଷ୍ଟ ହିଁ ସଫଳତାର ମୂଳ ଚାବି । ଯଦି ଜଣେ ବ୍ୟକ୍ତି ମନପ୍ରାଣ ଦେଇ କଷ୍ଟ କରୁଛି ତେବେ ତାକୁ ନିଶ୍ଚିତ ଭାବେ ସଫଳତା ମିଳିବ । ତେବେ ଅସନ୍ତୁ ଜାଣିବା ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ତାଙ୍କର ନିଷ୍ଠା ଏବଂ କାର୍ଯ୍ୟପରଣତା ପାଇଁ ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେଲ୍ସମ୍ୟାନ ଭାବେ କ୍ୟାରିୟର ଆରମ୍ଭ କରିଥିବା ପବନ ରେଡ଼ି ବର୍ତ୍ତମାନ ଭାରତର ରାସ୍ତାରେ ଚାଲୁଥିବା ସବୁଠାରୁ ଦାମୀ ଗାଡ଼ି କମ୍ପାନିର ନିର୍ଦ୍ଦେଶକ ।

Business Standard

ଭାରତରେ ପୋର୍ସ ଇଣ୍ଡିଆ କମ୍ପାନିର ସିଇଓ ନିଜର କ୍ୟାରିୟର ଫ୍ୟାନାନସିଆଲ ଏକ୍ସପ୍ରେସରେ ସେଲ୍ସମ୍ୟାନ ଭାବେ ଆରମ୍ଭ କରିଥିଲେ । ପବନ ବହୁତ ଶାନ୍ତ ଏବଂ ଲାଜକୁଳା ସ୍ୱଭାବର । ସାଧାରଣତଃ ତାଙ୍କୁ କାହା ସହ କଥା ହେବା ପାଇଁ ଡ଼ର ଲାଗୁଥିଲା । ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ ସେ ସେଲ୍ସମ୍ୟାନ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଧିରେ ଧିରେ ତାଙ୍କର ଲାଜକୁଳା ଭାବ ଦୂର ହୋଇଥିଲା । ତାଙ୍କର ବହୁତ ଅର୍ଥାଭାବ ରହିଥିଲା ଏଣୁ ସେ ୮ କିଲୋମିଟର ଚାଲିଚାଲି ତାଙ୍କ ଅଫିସକୁ ଯାଉଥିଲେ । ପରେ ପବନ ଟାଟା ଏବଂ ଲାବ୍ରୋଗନି ଭଳି କମ୍ପାନି କୁଡ଼ିକରେ କାର୍ଯ୍ୟ କରିବା ସହ ତାଙ୍କର ଏମବିଏ ଶେଷ କରିଥିଲେ । ବର୍ତ୍ତମାନ ପବନ ଭାରତର ସବୁଠାରୁ ଦାମୀ ଗାଡ଼ି କମ୍ପାନି ପୋର୍ସର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର