ଜଗନ୍ନାଥଙ୍କ ଆଶୀର୍ବାଦରୁ କୌଣସି ବାଧାବିଘ୍ନ ହୋଇ ନଥାଏ, ୧୦ ବର୍ଷ ହେଲା କେନ୍ଦ୍ରାପଡ଼ାରୁ ପାଦରେ ଚାଲି କାଳିଆ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ୮୦ ବର୍ଷିଅ ବୃଦ୍ଧ

ପୁରୀ: ୮୦ ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା। ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ବାହାରିଛନ୍ତି ୧୫ ଜଣ ଭକ୍ତ। ଏମାନଙ୍କ ମଧ୍ୟରେ ଜଣେ ୮୦ ବର୍ଷ ବୟସର ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି। କେନ୍ଦ୍ରାପଡ଼ାରୁ ପୁରୀ ପ୍ରାୟ ୨୩୦ କିଲୋମିଟର ବାଟ ପାଦରେ ଚାଲି ଚାଲି ଯିବାକୁ ସାହସ ରଖିଛନ୍ତି ଏହି ଶ୍ରଦ୍ଧାଳୁ।

ପ୍ରାୟ ୧୦ ବର୍ଷ ଧରି ପାଦରେ ଚାଲି ଚାଲି ଜଗାର ଦର୍ଶନ କରି ଆସୁଛନ୍ତି ଏହି ଶ୍ରଦ୍ଧାଳୁ ଜଣକ। ପାଦରେ ଚାଲି ଚାଲି ରଥଯାତ୍ରା ପୂର୍ବ ଦିନ ପହଂଚି ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି। ଜଗନ୍ନାଥଙ୍କ ଆର୍ଶିବାଦରୁ କୌଣସି ବାଧାବିଘ୍ନ ହୋଇ ନଥାଏ ବୋଲି କହିଛନ୍ତି ଏହି ବୟସ୍କ ଶ୍ରଦ୍ଧାଳୁ।

କେବଳ ବାଙ୍ଗରକୁଆ ଗାଁରୁ ଜଗାକୁ ଦେଖିଆସିଥିବା ଏହି ୧୫ ଜଣ ଭକ୍ତ ନୁହଁନ୍ତି ଢେଙ୍କାନାଳ ଜିଲ୍ଲାରୁ ମଧ୍ୟ ୬୦ ରୁ ଅଧିକ ଶ୍ରଦ୍ଧାଳୁ କାଳିଆ ଠାକୁରଙ୍କୁ ଦେଖିବା ପାଇଁ ପାଦରେ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି। ଏମାନେ ମଧ୍ୟ ପ୍ରତି ବର୍ଷ ଭଳି ଚଳିତବର୍ଷ ଭୁବନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସଙ୍କୀର୍ତ୍ତନ କରି ଯାତ୍ରା ଆରମ୍ଭ କରନ୍ତି। ଭକ୍ତମାନେ ସଙ୍କୀର୍ତ୍ତନ କରି ଜଗନ୍ନାଥଙ୍କ ଜଣାଣ ଗାନ କରି ପାଦରେ ଚାଲି ଚାଲି ଆସି ଆଜି ପୁରୀରେ ପହଂଚିଛନ୍ତି।

ସମ୍ବନ୍ଧିତ ଖବର