ଦୀପାବଳି ସହ ପାଣ୍ଡବଙ୍କର ଏହି ସଂଯୋଗ ବିଷୟରେ ଜାଣନ୍ତି କି ?

ଦୀପାବଳି ଆଲୋକର ପର୍ବ। ଏହାକୁ ନେଇ ନାନା ପୌରାଣିକ କଥା ଶୁଣିବାକୁ ମିଳେ। ଏଥିଭିତରୁ ଏକ ପୌରାଣିକ ପ୍ରସଙ୍ଗ ମଧ୍ୟ ବେଶ୍‌ ଚର୍ଚ୍ଚିତ। ତାହା ହେଲା ଦ୍ୱାପରଯୁଗରେ ପାଣ୍ଡବମାନେ ଦ୍ୟୁତ କ୍ରୀଡ଼ାରେ ହାରିବାପରେ ସର୍ତ୍ତ ଅନୁଯାୟୀ ବାରବର୍ଷ ବନବାସ ଓ ଏକ ବର୍ଷର ଅଜ୍ଞାତବାସର ପରିସମାପ୍ତି କରି ଯେଉଁ ତିଥିରେ ହସ୍ତିନାପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ,ତାହାକୁ ‘ଦୀପାବଳି’ ବୋଲି କୁହାଗଲା। ପାଣ୍ଡବମାନଙ୍କ ସ୍ୱାଗତ ଲାଗି ସେହିଦିନ ହସ୍ତିନାପୁରବାସୀ ଦୀପମାଳାରେ ସ୍ୱସ୍ୱ ଗୃହକୁ ସଜ୍ଜିତ କରିଥିଲେ।

ସେହି ଦ୍ୱାପରଯୁଗରେ ‘ଦୀପାବଳି’ଦିନ ହିଁ ଭଗବାନ ଶ୍ରୀକୃଷ୍ଣ ଓ ପତ୍ନୀ ସତ୍ୟଭାମା ନରକାସୁରକୁ ବଧ କରିଥିଲେ।ଏହି ଦୃଷ୍ଟିରୁ ପୌରାଣିକ ମାନ୍ୟତାରେ ଏହି ଦିନଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।ଦୀପାବଳି ଦିନ ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରି ମହାଦାନୀ,ଅହଙ୍କାରୀ ବଳି ରାଜାଙ୍କ ନିକଟକୁ ଯାଇଥିଲେ। ବଳିଙ୍କୁ ସେ ତିନି ପାଦ ଜମି ମାଗିଥିଲେ,ମାତ୍ର ତାହା ଦେବାରେ ସେ ସମର୍ଥ ନ ହେବାରୁ ତାଙ୍କୁ ସେ ପାତାଳକୁ ଚାପି ଦେଇଥିଲେ।ଏହା ମଧ୍ୟ ଘଟିଥିଲା ଦୀପାବଳି ଦିନ।

ସମ୍ବନ୍ଧିତ ଖବର