ଦୀପାବଳି ପର୍ବକୁ ୫ ଦିନ ପାଳନ କରାଯାଉଥିବା ବେଳେ ତୃତୀୟ ଦିନଟିକୁ ଦୀପାବଳି ଭାବେ ପାଳନ କରେ ସାରା ଦେଶ, ଜାଣନ୍ତୁ ସେହି ୫ ଦିନର ମହତ୍ତ୍ୱ ବିଷୟରେ

ଦୀପାବଳି ପର୍ବ ୫ ଦିନ ହୋଇଥିବା ବେଳେ ଭାରତରେ ଲୋକମାନେ ଦୀପାବଳି ଭାବେ ତୃତୀୟ ଦିନଟିକୁ ପାଳନ କରିଥାନ୍ତି । ଏହି ଦିନ ଆତସବାଜି କରିବା ସହ ଦୀପ ଜାଳି ଭାରତବାସୀମାନେ ଏହି ଦିନଟିକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ତେବେ ତୃତୀୟ ଦିନ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବା ବେଳେ ଏହାର ମହତ୍ତ୍ୱ ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି । କିନ୍ତୁ ବାକି ୪ ଦିନ କ’ଣ କରାଯାଏ ? ସେ ବିଷୟରେ ବୋଧହୁଏ ସମସ୍ତଙ୍କୁ ଜଣା ନ ଥିବ । ଆଜି ଆମେ ସେହି ୪ଟି ଦିନ ବିଷୟରେ ଆପଣଙ୍କୁ ସବିଶେଷ ବିବରଣୀ ଦେବାକୁ ଯାଉଛୁ ।

୧.ଦୀପାବଳିର ପ୍ରଥମ ଦିନଟି ଧନତେରସ୍‌ ବୋଲି ଜଣାଯାଏ । ଏହି ଦିନ ମା’ଲକ୍ଷ୍ମୀଙ୍କୁ ଘରକୁ ସ୍ୱାଗତ କରାଯାଇ ସୁନା କିଣା ଯାଇଥାଏ । ଲୋକମାନେ କାର୍ଡ଼ ଖେଳିବା ପାଇଁ ଏକତ୍ରିତ ହୋଇଥାନ୍ତି । ଏହି ଦିନ ଆର୍ୟୁବେଦିକ ଡ଼ାକ୍ତରମାନେ ମଧ୍ୟ ଧନ୍ଵନ୍ତରୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । କାରଣ ଏହି ଦିନ ଭଗବାନ ବିଷ୍ଣୁ ଆର୍ୟୁବେଦକୁ ମାନବ ସମାଜ ସହ ପରିଚୟ କରାଇଥିଲେ ।

Aaj tak

୨.ଦ୍ୱିତୀୟ ଦିନଟି ନାରକା ଚର୍ତୁଦ୍ଦଶୀ ବା ଛୋଟ ଦୀପାବଳି ଭାବରେ ଜଣାଯାଏ । ମା’ କାଳୀ ଏବଂ ଭଗବାନ କୃଷ୍ଣ ଏହି ଦିନ ନାରକାଶୁରକୁ ବଧ କରିଥିଲେ । ଏହି ଦିନ ଗୋଆରେ ଅସୁରମାନଙ୍କର କୁଶପୁତ୍ତଳିକା ଦାହ କରାଯାଇଥାଏ ।
୩.ତୃତୀୟ ଦିନ ବିଷୟରେ ଆପଣ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା । ଏହି ଦିନଟିକୁ ଲୋକମାନେ ଦୀପାବଳି ହିସାବରେ ପାଳନ କରିଥାନ୍ତି । ଦୀପର ଆଲୋକରେ ସାହା ଦେଶ ଆଲୋକିତ ହୋଇ ଯାଇଥାଏା ସଂନ୍ଧ୍ୟା ସମୟରେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଲୋକମାନେ ଦୀପାବଳି ପାଳନ କରିଥାନ୍ତି । ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଏହି ଦିନ ମା’କାଳୀଙ୍କୁ ପୂଜା କରାଯାଇଥାଏ ।

NewsX

୪.ଚତୁର୍ଥ ଦିନଟିକୁ ଦେଶର ପ୍ରତିଟି କୋଣରେ ଭିନ୍ନ ଭିନ୍ନ ନାମ ଦିଆଯାଇଛି । ଉତ୍ତର ଭାରତରେ ଏହି ଗୋବର୍ଦ୍ଧନ ପୂଜା କରାଯାଇଥାଏ । କାରଣ ଏହି ଦିନ ଭଗବାନ କୃଷ୍ଣ ଇନ୍ଦ୍ରଦେବଙ୍କୁ ହରାଇଥିଲେ । ଗୁଜୁରାଟରେ ଏହା ନୂଆବର୍ଷ ଆରମ୍ଭ ହିସାବରେ ପାଳନ କରାଯାଇଥାଏ । ମହାରାଷ୍ଟ୍ର,କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଏହି ଦିନଟିକୁ ବଳି ପ୍ରତିପଦ ହିସାବରେ ପାଳନ କରାଯାଏ । କାରଣ ଭଗବାନ ବିଷ୍ଣୁ ଏହି ଦିନ ଅସୁରମାନଙ୍କର ରାଜା ବଳିକୁ ହରାଇଥିଲେ ।
୫.ପଞ୍ଚମ ଦିନଟିକୁ ଭାଇଦୁଜ୍‌ ହିସାବରେ ପାଳନ କରାଯାଇଥାଏ । ରାକ୍ଷୀ ପୂର୍ଣ୍ଣିମା ଭଳି ଦେଶରେ ଅନେକ ସ୍ଥାନରେ ଭାଇ ଦୁଜ୍‌ ପାଳନ କରାଯାଇଥାଏ । ଏହି ଦିନ ଭାଇ-ଭଉଣୀମାନେ ଦେଖା କରିବା ସହ ପରିବାର ସହ ସାଙ୍ଗରେ ସମୟ ବିତାଇଥାନ୍ତି ।ଏହି ଦିନ ଭଉଣୀମାନେ ଭାଇମାନଙ୍କୁ ଉପହାର ଦେଇଥାନ୍ତିା

ସମ୍ବନ୍ଧିତ ଖବର