‘ଦୀପାବଳି’ର ଆଧ୍ୟାତ୍ମିକ ଦିଗ

‘ଦୀପାବଳି’ ଏକ ଆଧ୍ୟାତ୍ମିକ ପର୍ବ, ସେହି କଥାର ଗୁରୁତ୍ୱ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭୁଲିଯାଉଛନ୍ତି । ଏଣୁ ଆସନ୍ତୁ କ୍ଷଣପାଇଁ ହେଉ ପଛେ ଦୀପାବଳିର ଆଧ୍ୟାତ୍ମିକ ସନ୍ଦେଶ ଉପରେ ଦୃଷ୍ଟିପାତ କରିବା ।

‘ଦୀପାବଳି’ର ଅର୍ଥ ହେଉଛି ଦୀପ ପ୍ରଜ୍ୱଳନ କରିବା ଅର୍ଥାତ୍‌ ଆଲୋକ ଜରିଆରେ ଅନ୍ଧକାରକୁ ନାଶ କରିବା । ବାହ୍ୟ ଦୃଷ୍ଟିରେ ଆଲୋକ ହେଉଛି ଆଧ୍ୟାତ୍ମିକ ସିଦ୍ଧାନ୍ତର ପ୍ରତୀକ । ଆମେ ଯଦି ଆମ ମନଭିତରକୁ କଥାଟା ନେବା ତେବେ ପ୍ରଥମ ପ୍ରଶ୍ନ ଆସିବ ଯେ ଆମର ମନୁଷ୍ୟ ଜନ୍ମ କ’ଣ ପାଇଁ? ଏହାର ଉତ୍ତର ବି ମିଳିଯିବ ମନକୁ । ତା’ହେଲା ମାନବ ଜୀବନ କେବଳ ଭଗବତପ୍ରାପ୍ତି ଏବଂ ଆତ୍ମବୋଧ ପାଇଁ ଉଦ୍ଦିଷ୍ଟ । ଆଉ ଏହା ସମ୍ଭବ ହେବ, ସେତେବେଳେ, ଯେତେବେଳେ ଦୀପାବଳିର ଶୁଭ ସନ୍ଦେଶ ଅର୍ଥାତ୍‌ ଆଲୋକରେ ଅମାବାସ୍ୟାର କଳା ଅନ୍ଧାରକୁ ଦୂର କରିବା କିମ୍ବା ଆତ୍ମବୋଧକ ଜ୍ଞାନ ଦ୍ୱାରା କାମ, କ୍ରୋଧ, ଦମ୍ଭ ଆଦି ବିକାର ଏବଂ ଅଜ୍ଞାନକୁ ଦୂର କରିବାର ପ୍ରବୃତ୍ତିକୁ ଆମେ ଜୀବନ୍ତ କରିବା ।

ହୃଦୟର ବାସ୍ତବିକ ପ୍ରେମ ରଖିବା ଜରୁରୀ ଏବଂ ଦ୍ୱେଷ ସ୍ଥାନରେ ମୈତ୍ରୀଭାବ ଓ ସମସ୍ତଙ୍କ ସହିତ ଆଧ୍ୟାତ୍ମିକ ରୂପେ ସମୁଚିତ ପ୍ରେମଭାବ ରଖିବା ଆବଶ୍ୟକ । ଯେତେବେଳେ ଆମ ହୃଦୟରେ ଘୃଣା, ଦ୍ୱେଷ ଓ ଈର୍ଷା ସ୍ଥାନରେ ବାସ୍ତବିକ ଜ୍ଞାନର ଦୀପକ ପ୍ରଜ୍ୱଳିତ ହେବ, ସେତେବେଳେ, ଆମ ମନ ଓ ହୃଦୟର ଅନ୍ଧକାର ଦୂର ହୋଇଯିବ । ଅର୍ଥାତ୍‌ ପ୍ରକୃତରେ ଦୀପାବଳି ଉତ୍ସବର ଭାବନାକୁ ହୃଦୟଙ୍ଗମ କରି ନିଜ ଜୀବନକୁ ସାର୍ଥକ କରିବା ସହିତ ନିଜ ପରିବାରସ୍ୱଜନ, ମିତ୍ର ଓ ପଡୋଶୀ ଏବଂ ଅନ୍ୟ ବ୍ୟକ୍ତିମାନଙ୍କର ଜୀବନକୁ ସାର୍ଥକ କରିପାରିବା ।

 

ଯେତେବେଳେ ଆମ ମନରୁ ଅନ୍ଧକାର ଦୂରୀଭୂତ ହେବ, ସେତେବେଳେ ମନରେ ଥିବା ନାନା ବିକାର ଉପରେ ଆମେ ବିଜୟପ୍ରାପ୍ତ କରିବା। ସେହିଦିନ ଅଜ୍ଞାନରୂପୀ ଅମାବାସ୍ୟାର ଅନ୍ଧକାର ଆତ୍ମଜ୍ଞାନର ଆଲୋକରେ ହଟିଯିବା ଏବଂ ହଜାର ହଜାର ଲୋକଙ୍କ ହୃଦୟରେ ମଧ୍ୟ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ । 

ଯେତେବେଳେ ଆମ ମନରୁ ଅନ୍ଧକାର ଦୂରୀଭୂତ ହେବ, ସେତେବେଳେ ମନରେ ଥିବା ନାନା ବିକାର ଉପରେ ଆମେ ବିଜୟପ୍ରାପ୍ତ କରିବା। ସେହିଦିନ ଅଜ୍ଞାନରୂପୀ ଅମାବାସ୍ୟାର ଅନ୍ଧକାର ଆତ୍ମଜ୍ଞାନର ଆଲୋକରେ ହଟିଯିବା ଏବଂ ହଜାର ହଜାର ଲୋକଙ୍କ ହୃଦୟରେ ମଧ୍ୟ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ । ଦୀପୋତ୍ସବରେ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରି ଆମେ ନିଜ ପାଖରେ ରଖିବାକୁ ପ୍ରୟାସ କରିଥାଉ । ପ୍ରକୃତରେ ଯେଉଁମାନେ କଲ୍ୟାଣକାରକ ବିଷ୍ଣୁଙ୍କ ସ୍ୱଭାବଯୁକ୍ତ, ସେମାନଙ୍କ ପାଖରେ ଲକ୍ଷ୍ମୀ ସଦୈବ ରହିଥାଆନ୍ତି । ଆଉ ଆମେ ସେତେବେଳେ କଲ୍ୟାଣକାରୀ ସ୍ୱଭାବର ହୋଇପାରିବା, ଯେତେବେଳେ ଆମ ମନରୁ ଈର୍ଷା, ଦ୍ୱେଷ, ଗର୍ବ ଓ ଅଭିମାନ ଆଦି ଅନ୍ଧକାରକୁ ଜ୍ଞାନାଲୋକ ଦ୍ୱାରା ହଟା ଯାଇପାରିବ ।

photo-indoindians.com

ମହର୍ଷି ପତଂଜଳି ନିଜ ଯୋଗ ମୂତ୍ରରେ କହିଛନ୍ତି-ଅବିଦ୍ୟା ସ୍ମିତାରାଗ ଦ୍ୱେଷଭିନିବେଶାଃ କ୍ଳେଶାଃ । ’’ ଅର୍ଥାତ୍‌ ମାନବ ଜୀବନର ପାଞ୍ଚଟି ମୁଖ୍ୟ କ୍ଳେଶ ହେଉଛି ଅଜ୍ଞାନ, ଅଭିମାନ, ରାଗ, ଦ୍ୱେଷ ଓ ମୃତ୍ୟୁର ଭୟ । ତେଣୁ ଆସନ୍ତୁ ଏଥର ଦୀପାବଳି କୁ ଏହି ନୂତନ ଦୃଷ୍ଟିରେ ମନାଇବା । ମନର ଅନ୍ଧକାରକୁ ଆମେ ଆତ୍ମଜ୍ଞାନର ଆଲୋକରେ ‘ତମସୋମା ଜ୍ୟୋତିର୍ଗମୟ’ ଭାବନାରେ ଅନୁରୂପ ଆଲୋକିତ କରି ସ୍ୱୟଂ ବି ଆନନ୍ଦିତ ହେବା ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରାଇବା ।

 

ସମ୍ବନ୍ଧିତ ଖବର