ଦୀପାବଳିରେ ଗୋଆ ଭ୍ରମଣର ମଜା ନିଆରା

ଯଦି ଦୀପାବଳିରେ ଆପଣ ପରିବାର ସହିତ କେଉଁଆଡେ ଭ୍ରମଣର ମଜ୍ଜା ଉଠାଇବାକୁ ଚାହାଁନ୍ତି, ତେବେ ଗୋଆ ଏଥିପାଇଁ ଏକଦମ୍‌ ଉପଯୁକ୍ତ ସ୍ଥାନ । ଦୀପାବଳୀ ରେ ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ନରକାସୁରର ବଧ କୁ ବିଶେଷ ଉତ୍ସବରୂପେ ପାଳନ କରାଯାଇଥାଏ । ଆପଣ ଏହି ସମୟରେ ପାର୍ଟି, ମ୍ୟୁଜିକ୍‌, ଡ୍ୟାନ୍ସ ଆଦିର ଆନନ୍ଦ ଉପଭୋଗ କରିପାରନ୍ତି। ତା’ ନହେଲେ ସି ବିଚରେ ଆପଣ ମଜ୍ଜା ଉଠାଇପାରନ୍ତି । ଏଠାକାର କଲଂ ପୁଟ୍‌ କୋଲବା, ଡେନା ପାଉଲା, ମୀରାମାର୍‌, ଅଂଜୁନା, ବା ଗାଟୋର୍‌ , ଅଗୋଣ୍ଡା , ପୋଲେ ଲେମ୍‌ ଆଦି ବେଶ୍‌ ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ସି-ସ୍ପୋଟର୍ସ ଆକ୍ଟିଭିଟିଜ୍‌ ଯଥା- ସି ସିଲିଙ୍ଗ୍‌ , ପୌରା ଗ୍ଲାଇଣ୍ଡଙ୍ଗ୍‌,ଫିସିଙ୍ଗ୍‌ , ସ୍ୱିମିଙ୍ଗ୍‌ ଆଦିକୁ ମଧ୍ୟ ଉପଭୋଗ କରିପାରିବେ ।

photo-zee news

ଯଦି ଆପଣ ଗୋଆରେ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତର ଆନନ୍ଦ ଉଠାଇ ବାକୁ ଚାହାଁନ୍ତି, ତେବେ ଏଥିପାଇଁ କୋଲବା ବିଚ୍‌ ସବୁଠୁଁ ଉପଯୁକ୍ତ । ଗୋଆ ଚର୍ଚ୍ଚ ପାଇଁ ମଧ୍ୟ ଖୁବ୍‌ ପ୍ରସିଦ୍ଧ । ଏଠାରେ ଥିବା ବାସିଲିକା ଦି ବମ୍‌ ଜିସସ୍‌ ଚର୍ଚ୍ଚ ସାରା ବିଶ୍ୱରେ ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ଚର୍ଚ୍ଚ ଅଫ୍‌ ଏଣ୍ଡ୍ୟୁ, ଚର୍ଚ୍ଚ ଅଫ୍‌ ଲେଡି ଅଫ୍‌ ରୋଝେରୀ ମଧ୍ୟ ଅବଶ୍ୟ ଦର୍ଶନୀୟ । ଦୀପାବଳୀ ଅବସରରେ ଆପଣ ଗୋଆରେ ଥିବା ହିନ୍ଦୁ ମନ୍ଦିର ମାନଙ୍କର ମଧ୍ୟ ଦର୍ଶନ କରିପାରିବେ । ଏଠାକାର ଅନନ୍ତ ଦେବ ସ୍ଥାନ ମନ୍ଦିର ସବୁଠୁଁ ପ୍ରସିଦ୍ଧ । ଏଠାରେ ଭଗବାନ ବିଷ୍ଣୁ ଶୟନ ମୁଦ୍ରାରେ ଅଛନ୍ତି । ଏହି ବିଷ୍ଣୁଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ ।
ଗୋଆର ରାଜଧାନୀ ପଣଜୀଠାରୁ ପ୍ରାୟ ଷୋହଳ କିଲାମିଟର ଦୂରରେ ଅବସ୍ଥିତ ଗୋଆର ସର୍ବାଧିକ ଲୋକପ୍ରିୟ ବିଚ୍‌ ‘ କଲଙ୍ଗୁଟ୍‌’ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ମଧ୍ୟ ସୁବିଧା ରହିଛି । ଏହି ବିଚ୍‌ ନିକଟରେ ଅଂଜୁନା ବିଚ୍‌ ମଧ୍ୟ ଅଛି। ପଣଜୀଠାରୁ ପ୍ରାୟ ସାତ କିଲାମିଟର ଦକ୍ଷିଣକୁ ଗଲେ ପଡେ ‘ଡୋନା ପାଉଳାବିଚ୍‌’ । ଏଠାରେ ଜୁଆରୀ ନଦୀର ଆରବ ସାଗର ସହିତ ସଙ୍ଗମ ହୋଇଥାଏ ।

photo-voyagersworld.in

ମଡଗାଓଁ ଠାରୁ ପ୍ରାୟ ପାଞ୍ଚ କିଲାମିଟର ଦୂରରେ ସ୍ଥିତ ଗୋଆର ବୃହତ୍ତମ ବିଚ୍‌ ‘ କୋଲଓ୍ଵା’ । ଏହାର ତୁଳନା ବ୍ରାଜିଲ୍ର ପ୍ରଖ୍ୟାତ ସିବିଚ୍‌ମାନଙ୍କ ସହିତ କରାଯାଇଥାଏ । ଏହାର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ ।
ମାରମାଗାଓ ଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଅବସ୍ଥିତ ‘ ଅଙ୍ଗୋ ଡା ବିଚ୍‌’ । ଏହାର ଦକ୍ଷିଣ ଦିଗରେ ରହିଛି ‘ ପୋଲେମ୍‌ ବିଚ୍‌ ’ । ଏହା ନିକଟରେ ପଶ୍ଚିମୀ ଘାଟ ପର୍ବତ ଅଛି, ଯାହା ପୋଲାଲେମ୍‌ ବିଚ୍‌କୁ ନୈସର୍ଗିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ପ୍ରେମୀ ଯୁଗଳଙ୍କ ପାଇଁ ଏହା ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳ ।
ପଣଜୀ ଠାରୁ ତିନି କିଲୋମକିଟର ଦୂରରେ ରହିଛି ମାରାମାର ବିଚ୍‌ । ଠିକ୍‌ ସେହିପରି ପଣଜୀ ଠାରୁ ପ୍ରାୟ ୨୦ କିଲାମିଟର ଦୂରରେ ରହିଛି ବାଗାଟୋରେ୍‌ ବିଚ୍‌ । ପଣଜୀ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଆରାମ ବୋଲ୍‌ ବିଚ୍‌ , ଯାହା ବିଦେଶୀ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏତଦ୍‌ବ୍ୟତୀତ ବେତୁଲ୍‌ ବିଚ୍‌, ବାଗ୍‌ ମାଲୋ ବିଚ୍‌, ବେନୋଲିମ୍‌ ବିଚ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ ।
ଗୋଆ ପର୍ଯ୍ୟଟନ ପାଇଁ ଅକ୍ଟୋବର ରୁ ମଇ ମାସର ସମୟ ହେଉଛି ଭଲ । ଏଠାରେ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ପ୍ରବଳ ବର୍ଷା ହୋଇଥାଏ ।

ସମ୍ବନ୍ଧିତ ଖବର