ଯମଜ ସନ୍ତାନ ଜନ୍ମ ହେବା ପରେ ଖୁସି ଥିଲା ପରିବାର, ରେଜିଷ୍ଟ୍ରେସନ ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବା ପରେ ଭିନ୍ନ ଆସିଲା ଦୁହିଁଙ୍କ ରିପୋର୍ଟ, ତା’ପରେ ମହିଳା ଜଣାଇଲେ ପ୍ରକୃତ ସତ

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ମହିଳା ଯମଜ ସନ୍ତାନକୁ ଜନ୍ମ ଦେବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । ପରିବାର ଲୋକେ ଦୁଇ ସନ୍ତାନଙ୍କ ଜନ୍ମ ପଞ୍ଜିକରଣ କରିବା ପାଇଁ ପିତୃତ୍ୱ ଯାଞ୍ଚ କରାଇଥିଲେ । ରିପୋର୍ଟ ଆସିବା ପରେ ସାରା ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ଦୁଇ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ଡିଏନ୍‌ଏ ତାଙ୍କ ପିତାଙ୍କ ସହ ମିଶୁ ନଥିବା ଦେଖି ଏହା କିପରି ସମ୍ଭବ ବୋଲି ପୂରା ପରିବାର ଭାବୁଥିବା ବେଳେ ସ୍ୱାମୀଙ୍କ ସାମ୍ନାକୁ ସ୍ତ୍ରୀର ଅସଲ ଚେହେରା ଆସି ଯାଇଥିଲା । ସ୍ୱାମୀଙ୍କୁ ଧୋକା ଦେଇଥିବା କଥା ସ୍ତ୍ରୀ ସ୍ୱୀକାର କରିବା ସହ ପୂରା ଘଟଣା ଜଣାଇଥିଲେ ।

bbc.co.uk

ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶିୟୋମିନ୍‌ ସହରରେ । ଯମଜ ସନ୍ତାନଙ୍କ ରେଜିଷ୍ଟ୍ରସନ ସ୍ଥାନୀୟ ପୁଲିସ ଷ୍ଟେସନରେ କରାଇବା ପାଇଁ ଦମ୍ପତିଙ୍କୁ ପିତୃତ୍ୱ ପରୀକ୍ଷାର ରିପୋର୍ଟ ଦେବା ପାଇଁ କୁହାଯାଇଥିଲା । ଟେଷ୍ଟ ପରେ ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣଙ୍କର ଡିଏନ୍‌ଏ ପିତା ଶିୟାଓଙ୍କ ସହ ମିଶି ନଥିଲା । ଏହା ଦେଖି ଶିୟାଓ ରାଗି ଯାଇ ନିଜ ପତ୍ନୀଙ୍କ ସହ ଝଗଡ଼ା କରିବା ପରେ ତାଙ୍କ ପତ୍ନୀ ସବୁ ସତ ମାନି ନେଇଥିଲେ । ଜଣେ ଅଜଣା ଯୁବକଙ୍କ ସହ ଗୋଟେ ରାତି ବିତାଇବା କଥା ମାନିବା ପରେ ଶିୟାଓ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ନିଷ୍ପତ୍ତି ନେବ ସହ ନିଜ ସନ୍ତାନଙ୍କୁ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ଯମଜ ସନ୍ତାନଙ୍କ ଡିଏନ୍‌ଏ ଅଲଗା ଅଲଗା ହେବା ବିରଳ ହୋଇଥିବା ବେଳେ ଡ଼ାକ୍ତର ଏହାକୁ ‘ହେଟେରୋପାଟରନାଲ ସୁପରଫେକୁନ୍‌ଡେସନ’ ବୋଲି ନାଁ ଦେଇଛନ୍ତି । ଯଦି ଜଣେ ମହିଳା ଗୋଟେ ଦିନ ଅଲଗା ଅଲଗା ଯୁବକଙ୍କ ସହ ଶାରୀରିକ ସଂପର୍କ ରଖନ୍ତି, ତେବେ ଦୁହିଁଙ୍କ ଭ୍ରୁଣ ଏକା ସାଙ୍ଗେ ବିକଶିତ ହୋଇଥାଏ । ଯାହାଦ୍ୱାରା ଏଭଳି ପରିସ୍ଥିତି ଉପୁଜିଥାଏ ବୋଲି କହିଛନ୍ତି ଡ଼ାକ୍ତର ।

ସମ୍ବନ୍ଧିତ ଖବର