ଫୋନ୍‌ରେ ପର୍ଣ୍ଣ ଭିଡିଓ ଦେଖୁଛନ୍ତି କି? ଏହି ଅସୁବିଧାରେ ପଡ଼ିପାରନ୍ତି

ଯଦି ଆପଣ ବି ପର୍ଣ୍ଣ ଭିଡିଓ ଦେଖିବା ପାଇଁ ଆପଣଙ୍କର ଆଣ୍ଡ୍ରଏଡ ମୋବାଇଲର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଏହି ସଉକ କୌଣସି ବିପଦରୁ କମ ନୁହେଁ। ଯାହାର ଖୁଲାସା କରିଛି ରୁଷର ଏକ ସାଇବର କଂପାନି।

ରୁଷର ସାଇବର ସିକ୍ୟୁରିଟି କଂପାନି ‘କେସ୍‌ପରସ୍କାଏ ଲ୍ୟାବ୍‌’ ରିପୋର୍ଟ ଅନୁସାରେ, ପାଖାପାଖି ୧୨ ଲକ୍ଷ ଆଣ୍ଡ୍ରଏଡ ବ୍ୟବହାରକାରୀ ପର୍ଣ୍ଣ ଭିଡିଓ ଦେଖିବା କାରଣରୁ ସେମାନଙ୍କ ମୋବାଇଲ ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି। ସେହିପରି ଗତ ବର୍ଷ ପାଖାପାଖି ୪୯ ଲକ୍ଷ ଆଣ୍ଡ୍ରଏଡ ଫୋନ୍‌ ଭାଇରସ ଦ୍ୱାରା ପ୍ରଭାବିତ ହୋଇଥିଲା। ସାଧାରଣତଃ ପର୍ଣ୍ଣ ୱେବସାଇଟ୍‌ ତଥା ଆପ ଜରିଆରେ ହ୍ୟାକର୍ସଙ୍କୁ ଆଣ୍ଡ୍ରଏଡ ଡିଭାଇସରେ ଭାଇରସ ପଠାଇବା ଅତି ସହଜ ହୋଇଥାଏ। ଯାହା ଦ୍ୱାରା ଅଧିକାଂଶ ହ୍ୟାକର ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ପର୍ଣ୍ଣ ଭିଡିଓ ଦେଖୁଥିବା ବ୍ୟବହାରକାରୀଙ୍କୁ ଟାର୍ଗେଟ କରିଥାନ୍ତି। ହ୍ୟାକର୍ସ ଫେକ୍‌ ପର୍ଣ୍ଣ ଆପ ଜରିଆରେ ଲକ୍ଷାଧିକ ସଂଖ୍ୟକ ଲୋକଙ୍କୁ ନିଜର ଶିକାର କରିଥାନ୍ତି। ପାଖାପାଖି ୯୦ ହଜାର ନକଲି ୱେବସାଇଟ୍‌ ଏହା ସହ ଜଡିତ ରହିଛି, ଏହି ଜରିଆରେ ବ୍ୟବହାରକାରୀଙ୍କୁ ସହଜରେ ଠକି ହୋଇଥାଏ।

‘କେସ୍‌ପରସ୍କାଏ ଲ୍ୟାବ୍‌’ ଗବେଷକଙ୍କ ମତରେ, ପର୍ଣ୍ଣର କଂଟେଂଟକୁ ଭାଇରସ ଭଳି ବ୍ୟବହାର କରିବା ସହଜ ହୋଇପାରେ। ଯାହାଦ୍ୱାରା ବ୍ୟବହାରକାରୀ ଅତି ସହଜରେ ଆକର୍ଷିତ ହୋଇଥାନ୍ତି। ତେବେ ଏହି ଭାଇରସ ପର୍ଣ୍ଣ ଭିଡିଓ ଜରିଆରେ ବିଜ୍ଞାପନ ରୂପରେ ନଜର ଆସିଥାଏ। ଏଭଳି ଭାବରେ ଭାଇରସର ଅପରେଟିଂ ସିଷ୍ଟମ ସହିତ ଫୋନର ବ୍ୟାଟେରୀକୁ ବି ପ୍ରଭାବିତ କରିଥାଏ।

ଗୁଗଲର ପଲିସି ଅନୁସାରେ, କୌଣସି ବି ପ୍ରକାରର ଆଡଲ୍‌ଟ କଂଟେଂଟ ସହ ଜଡିତ ଆପ୍‌ ନିୟମ ବିରୋଧ ଅଟେ। ଯାହାକୁ ଦୃଷ୍ଟିରେ ରଖି ନିକଟରେ ଗୁଗଲ ପାଖାପାଖି ୭ ଲକ୍ଷ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ସମ୍ବନ୍ଧିତ ଖବର