ଖାଇବା ପରେ ପରେ କରନ୍ତୁ ନାହିଁ ଏହି ସବୁ କାମ; ମାଡ଼ି ବସିପାରେ ରୋଗ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି। ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତି ବ୍ୟାୟାମ ସହିତ ଜୀବନଶୈଳୀରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ କରୁଛି । କିନ୍ତୁ ଆପଣ ଜାଣିଛନ୍ତି ଖାଦ୍ୟ ଗ୍ରହଣ ପରେ କିଛି ସାଧାରଣ ଜିନିଷର ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ । ଖାଦ୍ୟ ଗ୍ରହଣର କିଛି ସମୟ ପରେ ପୋଷକ ଭାବେ ଗ୍ରହଣ କରାଯାଉଥିବା ଏଇ ସବୁ ଖାଦ୍ୟ ପ୍ରକୃତରେ ଶରୀର ପ୍ରତି ହାନିକାରକ ସାଜିଥାଏ।

ଫଳାହାର : ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଫଳ ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ପୋଷକ ମିଳି ନ ଥାଏ । କାରଣ ଏହା ଦ୍ୱାରା ଖାଦ୍ୟ ଆମର ଇଣ୍ଟେଷ୍ଟାଇନ୍‌ ପର୍ଯ୍ୟନ୍ତ ସଠିକ୍‌ ଭାବେ ପହଞ୍ଚି ନଥାଏ । ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଅଥବା ଖାଲି ପେଟରେ ଫଳ ସେବନ କରିବା ଉଚିତ୍‌ ।

tarunmitra.in

ଗାଧୋଇବା : ପେଟ ପୁରା ଖାଦ୍ୟ ଖାଇବା ପରେ ଭୁଲରେ ମଧ୍ୟ ଗାଧୋଇବା ଉଚିତ୍‌ ନୁହଁ । ଏହା ଦ୍ୱାରା ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ସହ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇନଥାଏ ।

ଧୂମପାନ କରିବା : କିଛି ବ୍ୟକ୍ତିଙ୍କର ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଧୂମପାନ କରିବାର ଅଭ୍ୟାସ ରହିଥାଏ । ଧୂମପାନ ସାଧାରଣତଃ ଶରୀର ପାଇଁ ହାନିକାରକ ହୋଇଥିବା ବେଳେ ଖାଦ୍ୟ ଗ୍ରହଣ ପରେ ଏହାର ସେବନ ଶରୀର ପାଇଁ ଅତ୍ୟଧିକ ମାତ୍ରାରେ ହାନିକାରକ ହୋଇଥାଏ । ଏହା ଦ୍ୱାରା କର୍କଟ ହେବାର ଆଶଙ୍କା ଅଧିକ ବଢ଼ିଥାଏ ।

Masala TV

ଚା’ ପିଇବା : ଅନେକଙ୍କର ଖାଇବା ପରେ ଚା ପିିଇବା ଅଭ୍ୟାସ ରହିଥାଏ । ଏଣୁ ସେମାନେ ଯେକୌଣସି ସମୟରେ ମଧ୍ୟ ଚା ପିଇବା ପାଇଁ ଭଲ ପାଇଥାନ୍ତି । କିନ୍ତୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ କେବେ ମଧ୍ୟ ଚା ପିଇବା ଉଚିତ୍‌ ନୁହଁ । ଏହା ଦ୍ୱାରା ପାଚନ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହେବା ସହ ପେଟ ଜନିତ ସମସ୍ୟା ଦେଖାଯାଇଥାଏ ।

ଶୁଅନ୍ତୁ ନାହିଁ :ପେଟ ପୁରା ଖାଇବା ପରେ ନିଦ ଆସିବା ସାଧାରଣ କଥା । କିନ୍ତୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ । ଏହା ଦ୍ୱାରା ସଂକ୍ରମଣ ତଥା ଗ୍ୟାସ ସମସ୍ୟା ଦେଖାଯାଇଥାଏ।

ସମ୍ବନ୍ଧିତ ଖବର