ଜୀବନରେ ଥରେ ମାତ୍ର ସ୍ନାନ କରନ୍ତି ଏହି ଜନଜାତିର ମହିଳା

ଆଫ୍ରିକା : ଆଫ୍ରିକାର ଉତ୍ତରପୂର୍ବ ରାଷ୍ଟ୍ର ନାମ୍ବିଆର କୁନେନ ପ୍ରାନ୍ତରେ ରହୁଥିବା ହିବା ଜନଜାତିର ମହିଳା ଜୀବନରେ ଥରେ ମାତ୍ର ଗାଧୋଇଥାନ୍ତି। କେବଳ ଏତିକି ନୁହେଁ, ଜୀବନରେ ଥରେ ମାତ୍ର ହିଁ ସେମାନେ ପୋଷାକ ପରିବର୍ତ୍ତନ କରିଥାନ୍ତି, ଯେତେବେଳେ ତାଙ୍କର ବିବାହ ହୋଇଥାଏ । ଏହି ଜନଜାତିରେ ମହିଳାମାନଙ୍କୁ ପାଣି ଛୁଇଁବା ନିଷେଧ । ଏହି ମହିଳାମାନଙ୍କ ଶରୀରର ବର୍ଣ୍ଣ ଲାଲ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର ପଛର କାରଣ ବିଷୟରେ ।

amarujala

ହିବା ଜନଜାତିର ମହିଳାମାନେ ଗାଧୋଇ ନଥାନ୍ତି। ଏଣୁ ଏମାନେ ଏକ ସ୍ୱତନ୍ତ୍ର ଜଡ଼ିବୁଟିକୁ ପାଣିରେ ଗରମ କରି ଏହାର ବାମ୍ଫ ନିଜ ଶରୀରକୁ ଦେଇଥାନ୍ତି । ଏହା ଦ୍ୱାରା ତାଙ୍କ ଶରୀରରୁ ଗନ୍ଧ ଆସି ନ ଥାଏ । ଏହି ଜନଜାତିର ମହିଳାମାନେ ଖରାରୁ ନିଜ ଶରୀରକୁ ବଞ୍ଚାଇବା ପାଇଁ ପଶୁଙ୍କ ଚର୍ବି ଏବଂ ଏକ ପ୍ରକାରର ଲୁହାର ଗୁଣ୍ଡକୁ ମିଶାଇ ବ୍ୟବହାର କରିଥାନ୍ତି । ଏଥିପାଇଁ ଏହି ମହିଳାମାନଙ୍କର ରଙ୍ଗ ଲାଲ୍‌ ହୋଇଥାଏ । ଏହି ମିଶ୍ରଣ ବିଭିନ୍ନ ଜୀବାଣୁ ଏବଂ ପୋକ ଦାଉରୁ ମଧ୍ୟ ଶରୀରକୁ ବଞ୍ଚାଇଥାଏ । ମହିଳାମାନେ ଏହି ମିଶ୍ରଣ ବ୍ୟବହାର କରି ନିଜ ଶରୀରକୁ ଲାଲ୍‌ କରିଥାନ୍ତି ଯାହା ଦ୍ୱାରା ସେମାନେ ପୁରୁଷମାନଙ୍କ ଠାରୁ ଭିନ୍ନ ଦେଖାଯିବେ ।

ସମ୍ବନ୍ଧିତ ଖବର